ମାଲକାନଗିରି: ମାଲକାନଗିରି ରୁ ଭୁବନେଶ୍ୱର ଯାଉଥିବା ରିଲାନ୍ସେ ବସ ଭୋର ସଖାଳେ ରମ୍ଭା ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏଥିରେ ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବାର ମାଲକାନଗିରି ଘୋରଇ ବସ ସଂଘ ସଦସ୍ୟ ଚବିଦାସ ସୂଚନା ଦେଇଛନ୍ତି ।ଭୁବନେଶ୍ୱର ଯାତ୍ରା ସମୟରେ ବସ ର ଫ୍ରଣ୍ଟ କାଚ ଟି ଭଙ୍ଗା ରହିଥିଲା ।ସେହି ଭଙ୍ଗା ଗ୍ଲାସ୍ ଟି ଖସି ପଡ଼ିଥିଲା ଫଳରେ ଚାଳନ୍ତି ବସ ଟି କୁ ଡ଼୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ପଟକୁ ଚାଲିଯାଇଥିଲା ।ଝଟକା ହୋଇ ବସ ଟି ରହିଯାଇଥିଲା ।ଏଥିରେ ୧୫ ଜଣ ସାମାନ୍ୟ ଆହତ ହୋଇଥିଲେ।ଖବର ପାଇ ନିକଟରେ ଥିବା ରମ୍ଭା ହସ୍ପିଟାଲ ର ଆମ୍ବୁଲାନ୍ସ ପହଞ୍ଚି ଥିଲା ଏବଂ ନିକଟତମ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବାର ସୂଚନା ଅଛି ।
