mobile header

ବାଲେଶ୍ୱର ପଲ୍ଲୀଶ୍ରୀ ମେଳାରେ କନ୍ଧମାଳ ଡାକୁଲ ନୃତ୍ୟ, ମଞ୍ଚ ଦୁଲୁକିଲା

ଫୁଲବାଣୀ -12/6 ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେଡାକରା ପାଇ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି ଗତ ଦଶ ତାରିଖ ଦିନ କନ୍ଧମାଳ ର ପାରମ୍ପରୀକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ lଫଳରେ ଦର୍ଶକ ମନେ ଲୋକ ନୃତ୍ୟୁ କୁ ବେଶ ଉପଭୋଗ କରିବା ସହ ଝୁମି ଉଠିଥିଲେ l ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ନୃତ୍ୟ ଗୁରୁ ଖିରୋଦ ପ୍ରସାଦ ଦଣ୍ଡସେନା, କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର ଲକ୍ଷ୍ମୀ ନାରାୟଣ ମଳିକ ମାଧୁରୀ ପଣ୍ଡା ଅଭିଲିପ୍ସା ପ୍ରଧାନ ପ୍ରିୟଙ୍କା ନାୟକ ଇନ୍ଦୁରେଖା ପୂଜାରୀ ପ୍ରମୁଖ ନୃତ୍ୟୁ ଦର୍ଶକ ଙ୍କ ମନ ମୋହିଥିଲା l ପୂଜକ ଆଦିବାସୀ ଙ୍କ ପୂଜାର୍ଚନା ଏବଂ ପାରମ୍ପରୀକ ବୀରବାଦ୍ୟ ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିଭୋର କରିଥିଲା l

Leave A Reply

Your email address will not be published.