mobile header

ମୃତ୍ୟୁ ବରଣ କରିଥିବା ମହିଳା ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା

ଫୁଲବାଣୀ -13/6 ଫୁଲବାଣୀ ଆଦର୍ଶ ଟାଉନ ଥାନା ରେ କାର୍ଯ୍ୟରତ ମହିଳା ହୋମଗାର୍ଡ ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । ଫୁଲବାଣୀ ଟାଉନ ଥାନା ର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ହୋମଗାର୍ଡ ମୃତ ଅନୁ ବେହେରା ଙ୍କ ଦଶାହ କାର୍ଯ୍ୟରେଯୋଗ ଦେଇ ତାଙ୍କ ପରିବାର ଙ୍କୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ,ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ଗଭୀର ସମବେଦନା ଜଣାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି ପ୍ରଭାତ କୁମାର୍ ସାହାଣି, ଉପ ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି , ଅଖୟ କୁମାର ରାୟ କୋଷାଧ୍ୟକ୍ଷ ,ଏସ୍ କେ,ରିହାଜୁଦିନ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର୍ ବେହେରା, ଉପସଭାପତି, ସାଫ୍ରିନ ଖାନ୍,,ସହ ସମ୍ପାଦକ ଚିଦାନନ୍ଦ ଦାସ , କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ ,ଉପ କୋଷାଧ୍ୟକ୍ଷ ଭଜରାମ ନାୟକ,ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ଶୋରସ୍ୱତୀ ନାୟକ,ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ହୋମଗାର୍ଡ ଉପସ୍ଥିତ ଥିଲେ । କିନ୍ତୁ ଦୁଃଖର ବିଷୟ , ଜୀବନସାରା ପୋଲିସ୍ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନ କୁ ବାଜି ଲଗାଇ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କ ର ଦୁଃଖ ନ ବୁଝିବା ପରୀତାପ ର ବିଷୟ । କୈଣସି ହୋମଗାର୍ଡ ଅବସର ନିଅନ୍ତି, କି,ମୃତ୍ୟୁ ବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାର ର କୌଣସି ସଦସ୍ୟ ଙ୍କୁ ଥଇଥାନ ର ବ୍ୟବସ୍ଥା ମଧ୍ୟ ନାହିଁ । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାର ଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ । ଏଥିପ୍ରତି ସରକାର ଦ୍ରୁଷ୍ଟି ଦେବାକୁ ଦାବୀ କରିଛି ସଂଘ l

Leave A Reply

Your email address will not be published.