ମାଲକାନଗିରି:ଆଜି ପାହାନ୍ତିଆ ରେ ବିଜୟ ୱାଡା ଠାରୁ ଭବାନୀପାଟଣା ଆସୁଥିବା କେ ଜି ଏନ (ସଂଗୀତା ବସ) ଟି ସୀମାନ୍ତ ବର୍ତ୍ତି ବୋଡୁଗୁଡ଼ମ୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଫଳରେ ଘଟଣା ସ୍ଥଳରେ ୩ ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଚିନ୍ତୁର ହସ୍ପିଟାଲ ରେ ମୃତ୍ୟୁ ଘଟିଥିବା ର ସୂଚନା ରହିଛି। ଏବଂ ୩୦ ଜଣ ଆହତ ହୋଇ ଚିନ୍ତୁର୍ ଓ ଭଦ୍ରଞ୍ଚଳ ହସ୍ପିଟାଲ ରେ ଚିକିତ୍ସ। ହେଉଛନ୍ତି।ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।ସୂଚନା ମୁତାବକ ଅଧିକାଂଶ ଯାତ୍ରୀ ଶ୍ରମିକ ଶ୍ରେଣୀ ର ଜଣାପଡିଛି ।ଏହି ଘଟଣା ଟି ପାହାନ୍ତିଆ ହୋଇଥିବାରୁ ସମସ୍ତ ଯାତ୍ରୀ ସୋଇଥିବା ଅବସ୍ଥାରେ ଘଟଣା ଟି ଘଟିଛି । ଏହି ବୋଡୁଗୁଦମ୍ ନିକଟରେ ବସ ବେଗ ଦୃତ ଗତି ରହିଥିବାରୁ ଟାର୍ଣିଂ ନିକଟରେ ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିବାର ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଚିନ୍ତୂର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ଏବଂ ଆହତ ଙ୍କ ମଧ୍ୟରୁ ୬ ଜଣ ଗୁରୁତର ରହିଥିବାର ସୂଚନା ରହିଛି ।
