mobile header

ସୀମାରେ ଦୋକାନ ଘର ଭଙ୍ଗାରୁଜା, ସମ୍ପୃକ୍ତ ୬ ଯୁବକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ପଡିଆ,: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସୀମାବର୍ତ୍ତୀ ଛତ୍ତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ଗୋଟିଏ ଦୋକାନରେ ପଶି ଭଙ୍ଗାରୁଜା ସହ ଡକାୟତି ଉଦ୍ୟମ କରୁଥିବା ୬ ଯୁବକ ଙ୍କୁ କୋର୍ଟ ଚାଲାଣ କଲା ପଡିଆ ପୋଲିସ। ସୂଚନା ମୁତାବକ ପଡିଆ ଗ୍ରାମଠାରୁ ଛତ୍ତିଶଗଡ଼ ର ଦୋରନାପାଲ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ଥିବା ନାକାମୁଣ୍ଡା ଗ୍ରାମ ଛକ ନିକଟରେ ରହିଥିବା ଅପୂର୍ବ ମଣ୍ଡଳ ଙ୍କ ପରିବାର ଦୀର୍ଘ ବର୍ଷ ଧରି ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ଗତ ଶୁକ୍ରବାର ରାତିରେ ଅପୂର୍ବଙ୍କ ପରିବାର ଖାଇବାକୁ ବସିଥିବା ବେଳେ ଅଚାନକ କିଛି ଯୁବକ ଆସି ଅପୂର୍ବଙ୍କ ଘର କବାଟ ଭାଙ୍ଗିବା ସହ ଦୋକାନ ର ଜିନିଷ ପତ୍ର ଏଣେତେଣେ ଫିଙ୍ଗି ଦେଲେ ଓ ପ୍ରାୟ ୪ ରୁ ୫ ହଜାର ଟଙ୍କା ମଧ୍ୟ ନେଇଯାଇଥିବା ନେଇ ଅପୂର୍ବ ର ସ୍ତ୍ରୀ ସେଫାଳୀ ମଣ୍ଡଳ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ ଘଟଣାର ତଦନ୍ତ କରି ଛତ୍ତିଶଗଡ଼ ଅଞ୍ଚଳର ୬ ଜଣ ଯୁବକଙ୍କୁ ଗିରଫ କରିଥିଲେ। ଏହାପରେ ଆଜି ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.