mobile header

ଅଳିଆ ଆବର୍ଜନା ରେ ପରିପୂର୍ଣ ପୋଖରୀ, ସଫା ହେବ କେବେ ?

ଫୁଲବାଣୀ -14/6 ଫୁଲବାଣୀ ସହର ମଧ୍ୟରେ ତିନୋଟି ପୋଖରୀ ଅଛି ହେଲେ ତିନୋଟି ଯାକ ପୋଖରୀ ଅବସ୍ଥା ନ କହିବା ଭଲ l ସବୁ ପୋଖରୀ ଅଧା ଯାଏ ଅଳିଆ ଆବର୍ଜନା, ଦଳ ଓ ପଙ୍କ ରେ ଭର୍ତ୍ତି l ଅ ଭିଯୋଗ କଲେ ଶୁଣୁନି ପ୍ରଶାସନ lଗତ ୨ /୩ ବର୍ଷ ଧରି ଏଭଳି ଅବସ୍ଥା ଦେଖିବାକୁ ମିଳିଛି lବଡ଼ବନ୍ଧ କୁ ପ୍ରଶାସନ ପକ୍ଷରୁ ଉନ୍ନତି କରଣ ପାଇଁ ପାଖାପାଖି ଏକ କୋଟି ଖର୍ଚ କରି ସାରିଲାଣି ହେଲେ ନିମ୍ନ ମାନର କାମ ଯୋଗୁଁ କାମ ଚାଲିଥିବା ବେଳେ ଭୁସୁଳି ପଡିଥିଲା l କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି l ପୂର୍ତ୍ତ ବିଭାଗ କରୁଛି ଏହି କାର୍ଯ୍ୟ lପାଦ ଚଲା ପାଇଁଚାରିପାଖେ ପଡିଥିବା ଟା ଇ ଲ ଗୁଡିକ କେଉଁଠି ଉଠିଲାଣି ତ ଆଉ କେଉଁଠି ଭାଂଗିଲାଣି, ପଙ୍କ ଉଦ୍ଧାର ହୋଇନିl ନିମ୍ନ ମାନର କାର୍ଯ୍ୟ ନେଇ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବୀ ହୋଇଛି l ଭିଜିଲାନ୍ସ ବିଏହାର ତଦନ୍ତ କରୁଛି lସେହିପରି ମଝିଆ ବନ୍ଧ ଅବସ୍ଥା ତଦ୍ରୁ ପ l ପାଖରେ ଦୁଇଟି ବିଦେଶୀ ମଦ ଦୋକାନ ଅଛି ଫଳରେ ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ, ଜରୀ ରେ ଭର୍ତ୍ତି ହୋ ଇଛି ଏହିବନ୍ଧ lତୃତୀୟ ବନ୍ଧ ମଧ୍ୟ ଏକା ଅବସ୍ଥା lଅଧା ପୋତିହୋଇଯାଇଥିବା ବେଳେକିଛି ଖଳ ପ୍ରକୃତି ର ଲୋକ ମାଡିବସି ପଟ୍ଟା ବି କରିସାରିଲେଣି କୁଆଡେ l ଏ ନେଇ ଜିଲ୍ଲାପାଳ, ତହସିଲଦାର, ମୁନିସିପାଲିଟି ସତର୍କ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave A Reply

Your email address will not be published.