ବୌଦ୍ଧ: ସମବାୟ ନିର୍ବାଚନ ଅଧିକାରୀଙ୍କୁ ହତ୍ୟା ଧମକ ଥାନାରେ ପହଞ୍ଚିଲା ମାମଲା


ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ବିଲାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ସେବା ସମବାୟ ସମିତିର ନିର୍ବାଚନ ଅଧିକାରୀ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ପ୍ରଧାନ ଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ଆଜି ମନ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ ଗତ କିଛି ଦିନ ତଳେ ବିଳାସ ପୁର ସେବା ସମବାୟ ସମିତିର ନିର୍ଦ୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ପଦ ଦାଖଲ କରାଯାଇଥିଲା।ଏଥିରେ ବିଲାସପୁର ପଞ୍ଚାୟତ ସରପଞ୍ଚ ଅମ୍ବିକା ସୁନା ଙ୍କ ସ୍ଵାମୀ ଗରିବ ସୁନା , ପୁଅ ରୋହିତ ସୁନା ଓ ରବି ସାହୁ ଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା।ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଜାଣି ଶୁଣି ସେମାନଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଥିବା ପ୍ରକାଶ କରି ଉକ୍ତ ତିନି ଜଣ ଗତ ଷୋମବାର ଅପରାହ୍ନ ସମୟରେ ମନ ମୁଣ୍ଡା ସ୍ଥିତ ତାଙ୍କ ଭଡ଼ା ଘର କୁ ଜୋରଜବରଦସ୍ତି ପଶି ଗାଳି ଗୁଲଜ କରିଥିଲେ।ଗାଳି ସମୟରେ ସରପଞ୍ଚ ଙ୍କ ସହଯୋଗୀ ରବି ସାହୁ ହତ୍ୟା ଧମକ ଦେଇଥିବା ଶ୍ରୀ ପ୍ରଧାନ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି।ତାଙ୍କ ଅଭିଯୋଗ ପରେ ଥାନାରେ ଆଇ ପି ସି ଧାରା ୪୫୧,୨୯୪,୫୦୬,୩୪ ଅନୁଯାୟୀ ଏକ ମାମଲା ୧୦୩/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.