mobile header

ସେବା ପକ୍ଷରୁ ରଜ ଉତ୍ସବ ପାଳନ

ନୟାଗଡ ଜିଲ୍ଲାର ଅଗ୍ରଗାମୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଦ୍ଵାରା ପରିଚାଳିତ ସେବା ସ୍ଵଧାର ଗୃହ ତରଫରୁ “ରଜ ଉତ୍ସବ” ପାଳିତ ହୋଇ ଯାଇଛି। ଉକ୍ତ ଉଚ୍ଚବରେ ସେବା ସ୍ୱଧାର ଗୃହ ତରଫରୁ ରଜ ପାଇଁ ଓଡ଼ିଶା ର ପାରମ୍ପରିକ ପିଠା ଓ ମିଠା ବଣ୍ଟନ କରାଯାଇଥିଲା। ସ୍ୱଧାର ଗୃହ ଅନ୍ତେବାସୀନି ମାନଙ୍କୁ ନେଇ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ତତ୍ତ୍ଵାବଧାରିକା ବନିତା ମଲ୍ଲିକ , ପରାମର୍ଶ ଦାତ୍ରି ସରିତା ଆଚାର୍ଯ୍ୟ ଓ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମସ୍ତ ଅନ୍ତେବାସୀନି ମାନଙ୍କୁ ପହିଲି ରଜ ର ଶୁଭେଚ୍ଛା ଜଣାଇଥିଲେ । ସେବା ରେ ଆୟୋଜିତ ରଜ ଉତ୍ସବ ଟି ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ସମ୍ପାଦିତ ହୋଇଥିଲା

Leave A Reply

Your email address will not be published.