
ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ କୋଣ୍ଡା ଗାଁ ଜିଲ୍ଲା ଉରଣ୍ଡାବେଡା ଥାନା ଅନ୍ତର୍ଗତ ବଡ଼ଗୋଇ ଅଂଚଳରେ । ସୁଚନାମୁତାବକ ବଡ଼ଗୋଇ ଗ୍ରାମର ଜଣେ ବିବାହିତ ପୁରୁଷଙ୍କ ସେଇ ଗ୍ରାମର ଜଣେ ମହିଳାଙ୍କ ସହ ଦିର୍ଘଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଉଭୟ ପ୍ରେମି ଯୁଗଳ ଗୋଟିଏ ଘରେ ଥିବା ବେଳେ ବିବାହିତ ପୁରୁଷଙ୍କ ସ୍ତ୍ରୀ ପ୍ରଥମେ ଉଭୟଙ୍କୁ ଅସଞ୍ଜସ୍ଥ ଅବସ୍ଥାରେ ଦେଖିଥିଲେ ପରେ ଗ୍ରାମ ବାସିଙ୍କୁ ଏକାଠି କରି ଉଭୟ ପ୍ରେମୀ ଯୁଗଳ ଙ୍କୁ ଘରୁ ବାହାର କରି ମାଡ଼ ମାରିଥିଲେ ପରେ ବାଉଁଶ ରେ ଉଭୟଙ୍କ ହାତକୁ ବାନ୍ଧି ଗାଁ ସାରା ବୁଲାଇଥିଲେ। ଏହି ଘଟଣାକୁ ଗାଁର କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ସୋସିଆଲ ମିଡିଆରେ ଭିଡିଓ କୁ ଦେଖି ସାଧାରଣରେ ଚର୍ଚ୍ଚା ହେବାରୁ ଉରଣ୍ଡାବେଡା ଥାନା ପୋଲିସ ନିଜ ଆଡୁ କେସ ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ପ୍ରେମିକ ଙ୍କ ସ୍ତ୍ରୀ ଓ ଗ୍ରାମର ତିନି ଜଣଙ୍କୁ ଗିରଫ କରି ଆଇପିସି ର ଧାରା 355, 354 ସି, 50 ବି ଓ 509 ସି ଧାରାରେ କେସ ରୁଜୁ କରିଛି। ଏହା ସହ ଏହି ଘଟଣା ରେ ସାମିଲ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଅତି ଶିଘ୍ର ଗିରଫ କରାଯିବ ବୋଲି ଉରଣ୍ଡାବେଡା ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।ରିପୋର୍ଟ – ସଦାନନ୍ଦ ଖରା ,ମାଲକାନଗିରି
