mobile header

ଲୁଣ ଟ୍ରକରୁ ୫୨୩ କିଲୋ ଗଂଜେଇ ଜବତ,ଜଣେ ଗିରଫ

ମାଲକାନଗିରି,୧୭/୬: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସକୁ ଲଗାତାର ଗଂଜେଇ ଧରପଗଡରେ ସଫଳତା ମିଳି ଚାଲିଛି।ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ପୁଲିସ ଲଗାତାର ବିଭିନ୍ନ ଅଂଚଳରେ ଚଢାଉ କରି ଲକ୍ଷ ଲକ୍ଷ ଟଂକାର ଗଂଜେଇ ଜବତ କରିସାରିଲାଣି।ଏହି କ୍ରମରେ ଆଜି ମଧ୍ୟ ଚିତ୍ରକୋଣ୍ଡା ପୁଲିସ ତରଫରୁ ରାଜୁଲକୋଣ୍ଡା ନିକଟରେ ପୋଟ୍ରୋଲିଂ କରୁଥିବା ସମୟରେ ଓଡି-୦୭-ଏଏଲ-୯୧୭୪ ବିହୀନ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖିବା ପରେ ପୁଲିସ ଅଟକାଇ ଯାଞ୍ଚ କରିଥିଲା।ଏହି ଟ୍ରକରେ ଲୁଣ ବସ୍ତା ଭର୍ତ୍ତି ହୋଇ ରହିଥିଲା।ପୁଲିସ ଯାଞ୍ଚ କରୁଥିବା ସମୟରେ ଲୁଣ ବସ୍ତା ଦେଖି ପ୍ରଥମେ ସଂଦେହ କରିନଥିଲା।କିନ୍ତୁ ପରବର୍ତ୍ତି ସମୟରେ ଲୁଣ ବସ୍ତା ତଳେ ୨୧ଟି ଗଂଜେଇ ବ୍ୟାଗ ରହିଥିବା ପୁଲିସ ପରେ ଜାଣିବାକୁ ପାଇଥିଲା।ଏହି ୨୧ଟି ବ୍ୟାଗକୁ ଆଣି ଓଜନ କରିବା ପରେ ସେଥିରେ ୫୨୩ କିଲୋ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲା।ଗଂଜାମର ମିଥୁନ ପାଣିଗ୍ରାହୀକୁ ପୁଲିସ ଗିରଫ କରିଥିଲା।ଏହି ଗଂଜେଇକୁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରକୋଣ୍ଡା ଗ୍ରାମରୁ ରାୟପୁରକୁ ସ୍ଥାନାନ୍ତର କରୁଥିଲେ।ଲଗାତାର ଚିତ୍ରକୋଣ୍ଡା ଅଂଚଳରୁ ଗଂଜେଇ ବାହାର ଜିଲ୍ଲା ଏବଂ ରାଜ୍ୟକୁ ଚାଲାଣ ହୋଇଆସୁଛି।ମାଫିଆମାନେ ଡାଳେ ଡାଳେ ଗଲେ ପୁଲିସ ମଧ୍ୟ ପତରେ ପତରେ ଯାଇ ସମସ୍ତ ଚାଲକୁ ଫସର ଫଟାଉଛି।ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.