mobile header

ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାରୋକ

ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜରାସ୍ତା ଅବରୋଧ କରିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ଭୁବନେଶ୍ୱର ରାଜ୍ୟ ରାଜପଥର ରଣାପୋଷି ପୋଲ ନିକଟରେ । କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତର ସାଗରସାହି ଗ୍ରାମରେ ବସବାସ କରୁଥିବା ୨୫ ପରିବାର ନିମନ୍ତେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି । ମାତ୍ର କୌଣସି ସୁଫଳ ନ ମିଳିବାରୁ ଶେଷରେ ଗ୍ରାମବାସୀମାନେ ଆଜି ରାଜରାସ୍ତା ଅବରୋଧ କରିଛନ୍ତି । ଉଦଳା-ଭୁବନେଶ୍ୱର ରାଜ୍ୟ ରାଜପଥ ଅବରୋଧ ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏବଂ ଉଦଳା ରୁ ବିଭିନ୍ନ ଅଂଚଳକୁ ଯୋଗାଯୋଗ ବ୍ୟାହତ ହୋଇଛି । ତେବେ ଗ୍ରାମବାସୀଙ୍କ ଦାବି ତୁରନ୍ତ ପୂରଣ କରା ନ ଗଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନ ଥିବା ଜଣାଯାଇଛି ।

Leave A Reply

Your email address will not be published.