
ବାହା ହେବାକୁ କହି ଆସିଲେନି ବିଜେଡ଼ି ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି। ତାଙ୍କ ପ୍ରେମିକା ଏହି ବଡ଼ ଅଭିଯୋଗ କରିଛନ୍ତି।ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ ହୋଇଛି। ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ସବରେଜିଷ୍ଟ୍ରୀ ଅଫିସ୍ରେ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ। ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା। ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ। ବିଧାୟକ ନଆସିବାରୁ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଫେରି ଯାଇଥିଲେ। ଏହି ଆଧାରରେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ତାଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି।ବିଧାୟକଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ଧମକ ଦେଇ କହିଛନ୍ତି, ବିଧାୟକଙ୍କ ନାଁରେ ପୂର୍ବରୁ ଦେଇଥିବା ମାମଲା ଚାଲୁ କରିବୁ।ତେଣେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର। ସେ କହିଛନ୍ତି, ପଞ୍ଜୀକରଣ ଆବେଦନକୁ ଆଜିକୁ ମାତ୍ର ୩୦ ଦିନ ହେଲା। ଆବଦନର ୯୦ ଦିନ ମଧ୍ୟରେ ବିବାହ କରିବା କଥା। ଆହୁରି ୬୦ ଦିନ ବାକି ରହିଛି। ଏହାଛଡ଼ା ଆଜି ବିବାହ ପଞ୍ଜୀକରଣ ନେଇ ମୋତେ କେହି କିଛି ଜଣାଇନାହାନ୍ତି ବୋଲି ବିଜୟ କହିଛନ୍ତି।