mobile header

ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ କାମ ୫ବର୍ଷ ମଧ୍ୟରେ ସାରିବା ଲକ୍ଷ୍ୟ : ଡିଆରଏମ୍

ଆସନ୍ତା ୫ବର୍ଷ ମଧ୍ୟରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ କାମ ସାରିବା ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଲକ୍ଷ୍ୟ ରହିଛି। ଦିନିକିଆ ଗସ୍ତରେ ଆସି ପୂର୍ବତଟ ରେଳପଥର ଡିଆରଏମ୍ ଅନୁପ କୁମାର ଶତପଥୀ ଏହା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟସରକାରଙ୍କ ନିର୍ଦେଶରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ ପାଇଁ ବିଭିନ୍ନ ପ୍ରକ୍ରିୟା ଜାରି ରହିଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ କିଛି ବାଧକ ରହିଛି ନା ନାହିଁ, କିଛି ସ୍ଥାନରେ ୨ଟି ଯାକ ଲାଇନକୁ ସ୍ଥାନ ପରିବର୍ତ୍ତନ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିବାରୁ ସେ ସଂପର୍କରେ ବି ସେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି।ପ୍ରାରମ୍ଭିକ ଭାବେ ଏହି ରେଳପଥ ପାଇଁ ଗୋଟିଏ ବ୍ରିଜର ଟେଣ୍ଡର ପ୍ରକ୍ରିୟା ସାରିବା ସହ ଏହି ବର୍ଷ କାମ ବି ଆରମ୍ଭ କରିବା ଯୋଜନା ରହିଛି ବୋଲି କହିଛନ୍ତି ଡିଆରଏମ୍। ଜୟପୁର ରେଳଷ୍ଟେସନ ଆଗାମୀ ଦିନରେ ଜଙ୍କସନ୍ ଭାବେ ପରିଣତ ହେବ। ଏହାର ଅନୁସଙ୍ଗିକ ଭିତ୍ତିଭୁମି ଓ ଷ୍ଟେସନର ରୁପ ରେଖରେ ବି ବ୍ୟାପକ ପରିବର୍ତ୍ତନ କରାଯିବ। ଏଠାରେ ଅଧିକ ରହିବାକୁ ଥିବାରୁ ସେହି ହିସାବରେ ଷ୍ଟାଫ କ୍ବାଟର ନିର୍ମାଣ କରାଯିବା ଲକ୍ଷ୍ୟ ବି ରହିଛି ବୋଲି ଡିଆରଏମ୍ କହିଛନ୍ତି।ଶ୍ରୀ ଶତପଥୀ କୋରାପୁଟରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣାଧୀନ ଥିବା ଦୋହରୀକରଣ ବ୍ରଡଗ୍ୟାଜ୍ ଲାଇନର ତଦାରଖ କରିଥିଲେ। ଏହା ସହ ଜୟପୁର ଷ୍ଟେସନ୍ ଓ ୟାର୍ଡର ପରିଦର୍ଶନ କରିଥିଲେ।

Leave A Reply

Your email address will not be published.