
ମାଲକାନଗିରି: ଦୀର୍ଘ ଦିନ ର ଅବସାନ ପରେ ଆଜି ଆଉ ୨୬ ଜଣ ଙ୍କୁ ଗ୍ରାମ କଣ୍ଟକ ପରମ୍ବକ୍ ଅନ୍ତର୍ଗତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି ।ମାଲକାନଗିରି ସଦର ମହକୁମାରେ ବସ ବାସ କରୁଥିବା ଲୋକ ଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି ।ମାଲକାନଗିରି ତହସିଲ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ମାନ୍ୟବର ପୂର୍ବତନ ବିଧାୟକ ତଥା ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼ କ।ମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଙ୍କ ଦ୍ଵାରା ୨୬ ଜଣ ଙ୍କୁ ଗ୍ରାମ କଣ୍ଟକ ପରମ୍ବକ ଅନ୍ତର୍ଗତ ହିତାଧିକାରୀ ଙ୍କୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି । ମାଲକାନଗିରି ଜିଲ୍ଲା ସଦର ପୌର ପରିଷଦ ଅଞ୍ଚଳ ଲୋକେ ଦୀର୍ଘ ଦିନ ହେଲା ସ୍ଥାୟୀ ପଟ୍ଟା ପାଇ ପରୁ ନଥିଲେ। ପୂର୍ବତନ ବିଧାୟକ ମାନସ ମାଡ଼ କାମି ଓ ମାନ୍ୟବର ଉଚ୍ଚ ନ୍ୟାୟ।ଳୟ ର ବରିଷ୍ଟ ଆଇନଜୀବୀ।ଶ୍ରୀ ଏସ କେ ମିଶ୍ର ଙ୍କ ପ୍ରଚେଷ୍ଟା ରେ ଗ୍ରାମ କଣ୍ଟକ ପରମ ବକ ଅନ୍ତର୍ଗତ ସ୍ଥାୟୀ ପଟ୍ଟା ପାଇ ପାରିଲେ । ୨୦୧୮-୧୯ ରେ ୪୩୫ ଜଣ ଙ୍କୁ ପଟ୍ଟା ମାଲକାନଗିରି ତହସିଲ ପୋକ୍ଷ ରୁ ପ୍ରଦାନ କରାଯାଇ ଥିବା ବେଳେ ୨୦୧୯ -୨୦ ରେ ୨୨ ଜଣ ଙ୍କୁ ପଟ୍ଟା।ବଣ୍ଟନ କରାଯ।ଇଥିଲା ।ସେହିପରି ୨୦୨୦-୨୧ ରେ ୩୯ ଜଣ ଙ୍କୁ ପଟ୍ଟା ବଣ୍ଟନ କର।ଜ। ଇଥିଲ। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ଆଡିଶିନାଲ ତହସିଲଦାର ଜଗଦୀଶ କ।ର୍ତ।ମି ,ପୌର ପରିଷଦ ଉପାଧକ୍ଷ। ଶ୍ରୀମତୀ କବିତା ମାହୁନ୍ତ, କାଉନସିଲର ମାନେ ଏବଂ ତହସିଲ କାର୍ଯୟାଳୟ ର ବରିଷ୍ଟ କିରାଣୀ ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।।