mobile header

“ଅମୃତ ବିନ୍ଦୁ “ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

.ହରଭଙ୍ଗା :18/06.ଶ୍ରୀ ସତ୍ୟସାଇ ସେଵା ସଙ୍ଗଠନ,ବୋୖଦ୍ଧ ଆନୁକୂଲ୍ୟ ରେ ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ କୁମାରୀ ଗ୍ରାମ ରେ “ଅମୃତ ବିନ୍ଦୁ” ଶୀର୍ଷକ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା ଙ୍କ ପୋୖରହିତ୍ୟ ରେ ଆୟୋଜିତ ଏହି ଶିବିର କୁ ପ୍ରଖ୍ୟାତ ସିନେ ନିର୍ଦେଶକ ବନମାଳୀ ରଣା ଓ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସହକାରୀ ଚିକିତ୍ସକ ଡା ରଜତ କୁମାର ମହାନନ୍ଦୀଆ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ଯୋଗ ଦେଇଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ତ୍ରିନାଥ ଯୁବକ ସଂଘ ର ସଦସ୍ୟ ମାନଙ୍କ ସମେତ କୁମାରୀ,କୁସଙ୍ଗ, ଭଗାମୁଣ୍ଡା ଆଦି ଗ୍ରାମ ର ରକ୍ତଦାତା ଓ ସତ୍ୟସାଇ ସେଵା ସଙ୍ଗଠନ ର ଯୁବ ସ୍ବେଛାସେବୀ ମାନେ ସ୍ବେଛାକୃତ ଭାବେ ନିଜର ରକ୍ତ ଦାନ କରିଥିଲେ। ଡା ରଜତ ମହାନନ୍ଦୀଆ, ଟେକ୍ନିସିଆନ ଦେବଦତ୍ତ କିଷାନ,ସ୍ୱାସ୍ଥ୍ୟ ପରାମର୍ଶଦାତା ପ୍ରମୋଦ କୁମାର ମହାରଣା, କର୍ମଚାରୀ ମୁନା ସେଠୀ ଆଦି ରକ୍ତ ସଂଗ୍ରହ କରିଥିଲେ।ପ୍ରଥମ ଥର ପାଈଁ କୁମାରୀ ଭଳି ଏକ ଆଭ୍ୟନ୍ତରୀଣ ଗ୍ରାମ ରେ ଆୟୋଜିତ ଏହି ଶିବିର ରେ ରକ୍ତ ଦାତା ମାନେ ଅତ୍ୟନ୍ତ ଆଗ୍ରହ ସହକାରେ ନିଜର ରକ୍ତ ଦାନ କରିଥିଲେ।ଶିବିର ରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।୪୧ ଜଣ ରକ୍ତଦାତା ଙ୍କ ମଧ୍ୟରୁ ୭ ଜଣ ମହିଳା ଥିଲେ ଓ ୨୫ ଜଣ ରକ୍ତଦାତା ପ୍ରଥମ ଥର ପାଈଁ ରକ୍ତ ଦାନ କରିଥିଲେ।ସଙ୍ଗଠନ ର ଜିଲ୍ଲା ଶିକ୍ଷା ସଂଯୋଜକ ସୁରେଶ ଦେହୁରୀ ଶିବିର ପରିଚାଳନା କରିଥିଲେ ଓ ତ୍ରିନାଥ ଯୁବକ ସଂଘ ର ସଭାପତି ହାଡ଼ୀବନ୍ଧୁ ସେନାପତି, ସଭ୍ୟ ରାଜେନ୍ଦ୍ର ସେନାପତି ଆଦି ସହଯୋଗ କରିଥିଲେ।ଯୁବକ ସଂଘ ସମ୍ପାଦକ ତନ୍ମୟ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.