mobile header

ମାଲକାନଗିରି ସହର ହିତାଧିକାରୀଙ୍କୁ ପଟା ବଣ୍ଟନ

ମାଲକାନଗିରି: ୧୮/୦୬/୨୨ ମାଲକାନଗିରି ସହର ରେ ଦିନ ଥିଲା ପଟା ପାଇଁ ସ୍ୱପ୍ନ ଥିଲା ,ଏହି ସ୍ୱପ୍ନ କୁ ପୂରଣ କରିଛନ୍ତି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ । ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଆଜିକୁ ୭ ବର୍ଷ ପୂର୍ବେ ବହୁତ ଚିନ୍ତା କରି ବିଧାୟକ ସମୟରେ ବହୁ ଚେଷ୍ଟା ରେ ଗ୍ରାମ କଣ୍ଠଙ୍କ ପରମ୍ଭକ ପଟା ପାଇଁ ଓକିଲ ଏସ୍ .କେ . ମିଶ୍ରଙ୍କ ସହାୟତାରେ ପ୍ରଥମ ଦରଖାସ୍ତ ଆବେଦନ କରିଥିଲେ ୨୨.୦୨.୨୦୧୫ ଓଡିଶା ସରକାରଙ୍କ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ ଏବଂ ତା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ,ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଅଧିକାରୀ ସୋନା ଶର୍ମା ଓ ଦକ୍ଷିଣାଞ୍ଚଳ ରାଜସ୍ବ ବିଭାଗ ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ଦରଖାସ୍ତ ପ୍ରଦାନ କରି ବାରମ୍ବାର ଅଧିକାରୀ ଙ୍କ ପାଖରେ ଯାଇ ଉକ୍ତ ପଟା ପାଇଁ ଦାବି କରିବା ଫଳରେ ମାଲକାନଗିରି ସହରର ୫୨୨ ଜଣଙ୍କୁ ପଟା ଅନୁମଦନ କରାଯାଇ ତିନି ଚାରି କିସ୍ତିରେ ମାଲକାନଗିରି ତହସିଲଦାରଙ୍କ ଉପସ୍ଥିତ ରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ପଟ୍ଟା ବଣ୍ଟନ କରିଛନ୍ତି । ଆଜି ମାଲକାନଗିରି ତହସିଲଦାରଙ୍କ କାର୍ଯ୍ୟାଳୟରେ ୫୨୨ ଜଣ ହିତାଧିକାରୀଙ୍କ ଗ୍ରାମ କଣ୍ଠଙ୍କ ପରମ୍ଭକ ପଟା ମଧ୍ୟରେ ୨୨ ଜଣ ହିତାଧିକାରୀଙ୍କୁ ଆଜି ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ କର୍ତାମୀଙ୍କ ଉପସ୍ଥିତି ଓ ମାଲକାନଗିରି ତହସିଲଦାର କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଶ୍ୟାମସୁନ୍ଦର ନାୟକ ପରିଚାଳନା ରେ ମାନ୍ୟବର ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ମାଲକାନଗିରି ସହର ହିତାଧିକାରୀଙ୍କୁ ପଟା ବଣ୍ଟନ କରିଛନ୍ତି । ଏଥିରେ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ,ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ସମସ୍ତ କାଉନସିଲର ଓ ମାଲକାନଗିରି ବିଜୁ ଜନତା ଦଳର ସକ୍ରିୟ କର୍ମୀ କେ.ରାହୁଲ ଏବଂ ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.