mobile header

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସହ ମୋକ ଡ୍ରିଲ ପ୍ରଦର୍ଶନ

ମାଲକାନଗିରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁକାବିଲା କରିବା ଲାଗି ଜିଲ୍ଲା ସ୍ତରୀୟ ଏକ ନମୁନା ବୈଠକ(ମୋକ ଡ୍ରିଲ) ଅନୁଷ୍ଠିତ ହୋଇ ଯାଇଛି । ମାଲକାନଗିରି ଡି.ଆର.ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ବରିଷ୍ଟ ଅଧିକାରୀଙ୍କୁ ନେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହେବା ପରେ ସଦର ମହକୁମାରେ ଅବସ୍ଥିତ ଆଇଟିଆଇ ମହାବିଦ୍ୟାଳୟ ରେ କୋରାପୁଟ ରୁ ଆସିଥିବା ଓଡ୍ରାଫ ଟିମଙ୍କ ଦ୍ୱାରା ଏକ ନମୁନା ଅଭ୍ୟାସ କରାଯାଇଥିଲା । ବନ୍ୟା ବାତ୍ୟା ସମୟରେ ଆହତ ବ୍ୟକ୍ତିଙ୍କୁ କେମିତି ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ପାରିବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚା ଯାଇ ପାରିବ ଏହା ସହ କୌଣସି ବିଲଡିଙ୍ଗ ରେ ନିଆଁ ଲାଗିଥିଲେ ସେଇ ଘର ଭିତରୁ କେମିତି ଆହତଙ୍କୁ ଉଦ୍ଧାର କରାଯାଇ ପାରିବ ତାହା ମୋକ ଡ୍ରିଲ ମାଧ୍ୟମରେ ଓଡ୍ରାଫ କର୍ମଚାରୀ ମାନେ ଦେଖାଇଥିଲେ ଏହା ସହ ଗ୍ୟାସରେ ନିଆଁ ଲାଗିଥିଲେ ଏହାକୁ କେମିତି ବନ୍ଧ କରାଯାଇ ପାରିବ ସେ ନେଇ ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ତାଲିମ ମଧ୍ୟ ଦିଆ ଯିବା ସହ ପୋଖରୀ ଓ ନଦୀରେ ବୁଡି ଯାଉଥିବା ଲୋକଙ୍କୁ କିଭଳି କୁଳକୁ ଅଣାଯାଇ ପାରିବ ଓ ସାପ କାମୁଡ଼ିଲେ କେମିତି ପ୍ରାଥମିକ ଚିକିତ୍ସା କରାଯାଇ ପାରିବ ସେ ନେଇ ବିଶେଷ ଭାବେ ଓଡ୍ରାଫ କର୍ମଚାରୀ ମାନେ ନିଜ ନିଜ ନମୁନା ମାଧ୍ୟମରେ ବୁଝାଇଥିଲେ । ପ୍ରଥମ ଦିନରେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ଏହାକୁ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅନୁଷ୍ଟିତ ହେବ ବୋଲି ମାଲକାନଗିରି ଉପ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.