ଜଣେ ଆଦିବାସୀ ଯୁବକ ତାଙ୍କ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବାର ନିଆରା ଦୃଶ୍ୟ ସମ୍ନାକୁ ଆସିଛି । ଯୁବକ ଜଣଙ୍କ ବିବାହ ଶୋଭାଯାତ୍ରାରେ ଗାଡ଼ି ମଟର ବ୍ୟବହାର ନକରି ବରବେଶରେ ଶଗଡ଼ ଗାଡ଼ିରେ ବସି କନ୍ୟା ଘରକୁ ବିବାହ କରିବାକୁ ଯାଇଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଂଜ ପଚାଖାଳି ଗାଁରେ ।ପଚାଖାଳି ଗାଁର ଗୀତା ବେଶ୍ରାଙ୍କ ସହିତ ଇଦର ଗାଁର ରାମଚନ୍ଦ୍ର ମୁର୍ମୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ରାମଚନ୍ଦ୍ର ବରବେଶରେ ଶଗଡ଼ ଗାଡ଼ିରେ କନ୍ୟା ଘରକୁ ଯାଇଥିବା ବେଳେ ବରଯାତ୍ରୀ ମାନେ ଢୋଲ, ମାଦଳ ତାଳେ ତାଳେ ବରକୁ କନ୍ୟା ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏଭଳି ନିଆରା ବାହାଘରକୁ ଦେଖିବାକୁ ଆଖପାଖ ଅଂଚଳର ଲୋକେ ଭିଡ଼ ଲଗାଇଥିଲେ । ପୁରୁଣା ସଂସ୍କୃତି ଓ ପରମ୍ପରାକୁ ବଂଚାଇବା ସହ ପ୍ରଦୁଷଣ ମୁକ୍ତ ପରିବେଶ ଓ କମ୍ ଖର୍ଚ୍ଚରେ ବାହାଘର ହେବା ଉଚତ୍ ବୋଲି କହିଛନ୍ତି ବର ରାମଚନ୍ଦ ମୁର୍ମୁ । ଅନ୍ୟପଟେ କନ୍ୟା ଗୀତା ବେଶ୍ରା କହିଛନ୍ତି ପୁରୁଣା ପରମ୍ପରା ଅନୁସାରେ ଶଗଡ଼ ଗାଡ଼ିରେ ବର ଆସିଥିବାରୁ ସେ ମଧ୍ୟ ବହୁତ ଖୁସି ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post