ଅଗ୍ନିପଥ ଯୋଜନା: ବର୍ଷକୁ ମିଳିବ ୩୦ ଦିନ ଛୁଟି, କ୍ୟାଣ୍ଟିନ ସୁବିଧା ହେବ ଉବଲବ୍ଧ

ଅଗ୍ନିପଥ ଯୋଜନା’ ନେଇ ବାୟୁସେନା ଜାରିକଲା ସମ୍ପୂର୍ଣ୍ଣ ତଥ୍ୟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ର ସୀମାବଳରେ ଭର୍ତ୍ତି ପାଇଁ ହୋଇଥିବା ଏହି ନୂଆ ଯୋଜନାକୁ ନେଇ ବିରୋଧ ହେଉଥିବା ବେଳେ ଭାରତୀୟ ବାୟୁ ସେନା ଏହି ଯୋଜନା ସମ୍ପର୍କିତ ପୂରା ତଥ୍ୟ ଜାରି କରିଛି । ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବ । ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ । ଏହା ସହ କ୍ୟାଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ । ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ ।ସାରା ଦେଶରେ ଯୁବଗୋଷ୍ଠୀ ଏହି ଯୋଜନାର ବିରୋଧ କରିଛନ୍ତି । କେନ୍ଦ୍ର ସରକାର ତିନି ସେନାରେ ନିଯୁକ୍ତି ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ସାରା ଦେଶରେ ଏହାକୁ ନେଇ ଜୋରଦାର ପ୍ରଦର୍ଶନହେଉଛି । ଯୋଜନା ବାବଦରେ ସମସ୍ତ ତଥ୍ୟ ପହଞ୍ଚାଇବା ପାଇଁ ବାରମ୍ବାର ଚେଷ୍ଟା କରାଯାଉଛି । ଏହି କ୍ରମରେ ବାୟୁସେନା ଯୋଜନା ସହ ଜଡିତ ପୂରା ତଥ୍ୟକୁ ସାମ୍ନାକୁ ଆଣିଛି । ଅଗ୍ନିବୀରଙ୍କୁ ସେହି ସମସ୍ତ ସୁବିଧା ମିଳିବ ଯାହା ଅନ୍ୟ ସୈନ୍ୟବଳଙ୍କୁ ଉପଲବ୍ଧ ହେଉଛି ।ଭାରତୀୟ ବାୟୁସେନାର ତଥ୍ୟ ଅନୁସାରେ ଅଗ୍ନିବୀରଙ୍କୁ ମାସିକ ବେତନ ସହ ହାର୍ଡସିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ, ମେଡିକାଲ ସୁବିଧା ପ୍ରଦାନ କରାଯିବ । ଅଗ୍ନିବୀରଙ୍କୁ ଟ୍ରିପଲ ଆଲାଉନ୍ସ ମଧ୍ୟ ମିଳିବ । ବର୍ଷରେ ୩୦ ଦିନ ଛୁଟି ମିଳିବା ସହ ମେଡିକାଲ ଛୁଟି ମଧ୍ୟ ପ୍ରଦାନ କରାଯିବ । ଏହା ମେଡିକାଲ ଚେକଅପ୍ ଉପରେ ନିର୍ଭର କରିବ । ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ବୟସ ୧୭.୫ ବର୍ଷରୁ ୨୧ ବର୍ଷ ହୋଇଛି ।୪ ବର୍ଷର ଚାକିରୀକାଳ ଭିତରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥାଏ ତେବେ ବୀମା ସୁବିଧା ଉପଲବ୍ଧ ହେବ । ତାଙ୍କ ପରିବାରକୁ ୧ କୋଟିର ଆର୍ଥିତ ସୁବିଧା ଉପଲବ୍ଧ ହେବ । ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ ଏକ୍ସ-ଗ୍ରାସିଆରେ ୪୪ ଲକ୍ଷ ଟଙ୍କା ମିଳିବ । ଆଉ ବଞ୍ଚିଥିବା ଚାକିରି ସମୟର ପୂରା ଦରମା ମିଳିବ । ସେବା ନିଧି ପ୍ୟାକେଜର ପୂରା ଅର୍ଥ ମଧ୍ୟ ମିଳିବ । ଅଗ୍ନିବୀରଙ୍କୁ ମୋଟ ୪୮ ଲକ୍ଷର ବୀମା ମିଳିବ ।

Leave A Reply

Your email address will not be published.