mobile header

ଖଜୁରୀପଡା ରେ ଜିଲାପାଳ ଙ୍କ୧୧୩ ଅଭିଯୋଗ ର ଶୁଣାଣି

ଫୁଲବାଣୀ -20/6(ସୁନୀଲ ପଟନାୟକ )ସୋମବାର ଖଜୁରୀପଡା ବ୍ଲକ ରେ ଜିଲାପାଳ ଙ୍କ ଜନ ଶୁଣାଣି ହୋଇଥିଲା lଏଥିରେ ଅଂଚଳ ର ପ୍ରାୟ ୧୧୩ ଟି ଅଭିଯୋଗ ର ଶୁଣାଣି ହୋଇଥିଲା lଏଥିରୁ ୧ 0୭ ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୬ ଟି ସାମୁହିକ ସମସ୍ୟା ଥିଲା l ଜିଲାପାଳ ଵୃନ୍ଦା ଡି ଙ୍କ ଏହା ଶେଷ ଅଭିଯୋଗ ଶୁଣାଣି ଥିଲାl ଆସନ୍ତା କା ଲି ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି lଅନ୍ୟମାନଙ୍କ ମଧ୍ୟରେ ଏସପି ଭିନୀତ ଅଗ୍ରଵାଲ, ପ୍ରକଳ୍ପ ନିର୍ଦେଶକ, ଡି ଆର ଡି ଏ ବିଶ୍ୱ ରଞ୍ଜନ ନାୟକ, ପି ଏ, ଆଇଟିଡିଏ ବୀରେନ୍ଦ୍ର ଦାଶ,ଉପଜିଲ୍ଲା ପାଳ ଶେଷ ଦେବ ମିଶ୍ର, ବିଡ଼ିଓ ରବୀନ୍ଦ୍ର ନାଥ କହଁର, ତହସିଲଦାର ସ୍ୱପ୍ନିତା ନାୟକ, ଜଳଛାୟା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ଶତପଥୀ, ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ରୁଦ୍ର ପ୍ରସାଦ ମିଶ୍ର, ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ lଲୋକଙ୍କ ଅଭିଯୋଗ ଗୁଡିକ ଯେପରି ଶୀଘ୍ର ସମାଧାନ ହେବ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ଜିଲାପାଳ ଵୃନ୍ଦା ଡି ନିର୍ଦେଶ ଦେଇଥିଲେ lଏହି ଅଭିଯୋଗ ଶୁଣାଣି ବେଳେ ଖଜୁରୀପଡା ବ୍ଲକ ରସମସ୍ତ ସରପଞ୍ଚ, ସମିତିସଭ୍ୟ, ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ l

Leave A Reply

Your email address will not be published.