mobile header

ବଦଳିଯିବ କି ଜିଲ୍ଲାର ରାଜନୈତିକ ସମୀକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଷ୍ଟରଷ୍ଟ୍ରୋକ୍ ପାଇଁ ରାଜ୍ୟ ସହ ମୟୂରଭଞ୍ଜ ଜିଲ୍ଲାର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ବିପୁଳ ବିଜୟ ହୋଇଥିଲା । ମାତ୍ର ପରେ ପରେ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌରପରିଷଦ ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଥିଲା । ଜିଲ୍ଲାରେ ବିଜେପି ନେତା ଓ କର୍ମୀମାନେ ଏକପ୍ରକାର ଶିଥିଳତା ଦେଇ ଗତି କରୁଥିବାବେଳେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଯେପରି ବିଜେପିର ଦଳକୁ ସଞ୍ଜିବନୀ ଯୋଗାଇଛି । ଦ୍ରୌପଦୀ ରାଷ୍ଟ୍ରପତି ହେବାକୁ ଯାଉଥିବା ସନେ୍ଦଶରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସୁପ୍ତ ହୋଇ ଉଠୁଥିବା ବିଜେପି କର୍ମୀ ଓ ସମର୍ଥକ ମାନେ ଜାଗି ଉଠିଛନ୍ତି ଏବଂ ଜିଲ୍ଲାବାସୀ ଓ ବିଜେପି କର୍ମୀ ମାନେ ମଧ୍ୟ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜିଲ୍ଲାର ଭାଗ୍ୟ ବଦଳିବା ସହ ବିଜେପି ଦଳ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଉଠିବ ବୋଲି ସାଧାରଣରେ ଜୋରସୋର ଚର୍ଚ୍ଚା ଚାଲିଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ବିଜେପି ପ୍ରତି ସାଧାରଣ ଲୋକେ ଆକୃଷ୍ଟ ହେବା ସହ ବିଜେପି ଶାସକ ଦଳ ବିଜେଡିକୁ କଡା ଟକ୍କର ଦେବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । ଅପରପକ୍ଷରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବିଜେଡି ଶିବିରରେ ଛନକା ପଶିବା ସହ ନୂଆ ଷ୍ଟ୍ରେଟେଜି ଗ୍ରହଣ କରିବା ପାଇଁ ଦଳ ପକ୍ଷରୁ ମାନସମନ୍ଥନ ଚାଲିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.