
ଫୁଲବାଣୀ-22/6 କନ୍ଧମାଳ ଜିଲ୍ଲାରେ ଶିକ୍ଷକ ନିଯୁକ୍ତିରେ ଅନୀୟମିତତା ହୋଇଥିବା ଅଭିଯୋଗ ହେଉଛି । କୁ ଆଡେ ସମସ୍ତ ସରକାରୀ ନିତି ନିୟମକୁ ଭଲଙ୍ଘନ କରି ନିଯୁକ୍ତି ଦେବା ଲାଗି ଚକ୍ରାନ୍ତ କରାଯାଉଥିବା ଶୁଣିବାକୁ ମିଳୁଛି । ଇଣ୍ଟରଭ୍ୟୁ କିଛି ନ କରି କେବଳ ସାର୍ଟିଫିକେଟ ଯାଞ୍ଚ କରି ନିଯୁକ୍ତି ଦେବା ଲାଗି ସମସ୍ତ ପ୍ରକ୍ରିୟା ସରିଛି ।
ଜିଲ୍ଲାରେ ୪ଟି ଠିକା ଶିକ୍ଷକ ନିଯୁକ୍ତି ପାଇଁ ଗତ୨୦୨୧ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଏଥିରେ ଅନେକ ଯୁବକଯୁବତୀଆବେଦନ କରିଥିଲେ ।ତେବେ କିଛି ନିର୍ଦ୍ଧିଷ୍ଟ ଯୁବକଯୁବତୀଙ୍କ ଠାରୁ ମୋଟା ଅଙ୍କର ଅର୍ଥକାରବାର କରାଯାଇ ନିଯୁକ୍ତି ଦେବା ଲାଗି ବିଭାଗର କେହି ଜଣେ ଅଧିକାରୀ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି ।
ଏଣୁ, ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ଲାଗି ଦାବୀ ହେଉଛି ।