mobile header

ବାଲନ୍ଦାପଡା -ନାରାୟଣ ପାଟଣା ରାସ୍ତା ନିର୍ମାଣ ପାଇଁ ବିଧାୟକ ଙ୍କ ଉଦ୍ୟମ

ଫୁଲବାଣୀ -23/6 କନ୍ଧମାଳ -ବୋୖଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରିଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କ କୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟ କଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି lଏଥିରେ ଫିରିଙ୍ଗିଆ ବି ଡିଓ ରଶ୍ମି ରଞ୍ଜନ ମହନ୍ତ ସମ୍ପୂର୍ଣ ସହଯୋଗ କରୁଛନ୍ତି lକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ବାଲନ୍ଦାପଡା ପଂଚାୟତ ର କେନ୍ଦୁପଡା ଠାରୁ ବୋୖଦ୍ଧ ଜିଲାର ନାରାୟଣ ପାଟଣା ଯାଏ ରାସ୍ତାନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି ବିଧାୟକ କହଁର ଓ ବି ଡିଓ ମହନ୍ତ, ଓ ଯନ୍ତ୍ରୀ ପ୍ରମୁଖ ରାସ୍ତା ବୁଲି ଦେଖିବା ସହ କାମ ଆରମ୍ଭ ନେଇ ଆଲୋଚନା କରିଥିଲେ l କଣ୍ଟାମଳ ବିଧାୟକ ମହୀଧର ରଣା ମଧ୍ୟ ଏହି ରାସ୍ତା ପାଇଁ ସମ୍ମତି ପ୍ରଦାନ କରିବା ସହ ଅର୍ଥ ଯୋଗାଇଦେବା ଲାଗି କହିଛନ୍ତି l ବାଲନ୍ଦାପଡା ଠାରୁ କେନ୍ଦୁଗଡା ଯାଏ ବହୁବର୍ଷ ତଳେ 2007/08ବର୍ଷରେ ରାସ୍ତା ନିର୍ମାଣ ହୋଇଥିଲା l ହେଲେ ଏହାପରଠୁ ରାସ୍ତା ନିର୍ମାଣ ହୋଇନଥିଲା l ଏହି ରାସ୍ତା ପାଇଁ ଆଗରୁ ଲୋକେ ଦାବୀ କରିଆସୁଥିଲେ l ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ବାତ ଫିଟିବ l ଫଳରେ ଅଞ୍ଚଳବାସୀ ବିଧାୟକ କହଁର ଓ ବି ଡିଓ ମହନ୍ତ ଙ୍କୁ ସାଧୁବାଦ ଜଣାଇବା ସହ ରାସ୍ତା କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ଦାବୀ କରିଛନ୍ତି lଅନ୍ୟମାନଙ୍କ ମଧ୍ୟରେ କଣ୍ଟାମଳ ବିଡ଼ିଓ କଳକୃଷ୍ନ ପ୍ରଧାନ, ନାରାୟଣ ପ୍ରସାଦ ସରପଞ୍ଚ ତାରକାନ୍ତିମାଝି, କୋଇର ମାଣ୍ଡୁ ସମିତି ସଭ୍ୟପଞ୍ଚାନନ ଦିଗଲ, ବାଲନ୍ଦାପଡା ପୂର୍ବତନ ସରପଞ୍ଚ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତଥିଲେ ll

Leave A Reply

Your email address will not be published.