
ଫୁଲବାଣୀ -23/6 କ୍ଲାସ ରୁମ ରେ ଛାତ୍ରୀ ପ୍ରଶ୍ନ ର ଉତ୍ତର ଦେଇନପାରିବାରୁ ଶିକ୍ଷୟତ୍ରୀ ଜଣଙ୍କ କୁଆଡେ ରାଗିଯାଇ ମାଡ ମାରିଥିଲେ ଯଦ୍ୱାରା ଛାତ୍ରୀ ଙ୍କ ଅବିଭାବକ ଏନେଇ ଥାନାରେ ଏତଲା ଦେବା ଘଟଣା ମୂଖ୍ୟ ଆଲୋଚ୍ୟ ର ବିଷୟ ପାଲଟିଛି lଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ସୀମାନବାଡୀ ରୁ l ସିମନ ବାଡି ସରକାରୀ ଊନ୍ନିତ ଉଚ୍ଚବିଦ୍ୟାଳୟ ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଙ୍କପରିବାର ଲୋକେ ଜଣେ ଵିଜ୍ଞାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି lଶିକ୍ଷୟତ୍ରୀ ଜଣଙ୍କ କ୍ଲାସ ରେ ପାଠ ପଢ଼ିବାବେଳେ ଛାତ୍ରୀ ଙ୍କୁ ପ୍ରଶ୍ନ ପଚାରିଥିଲେ, ଆଉ ଛାତ୍ରୀ ଜଣଙ୍କ ପ୍ରଶ୍ନ ର ସଠିକ ଉତ୍ତର ଦେଇ ନ ପରିବା ରୁ ଶ୍ରେଣୀ ରେ ସମସ୍ତ ଙ୍କ ସାମନା ରେ ଛୁଟି ଟାଣି ବାଡି ରେ ପିଟିଥିଲେ lଫଳରେ ଛାତ୍ରୀ ଙ୍କ ଶରୀରର ବିଭିନ୍ନ ସ୍ଥାନ ରେ ଦାଗ ହୋଇଯାଇଥିଲା l ଏକଥା ଘରେ ଜଣାଇବା ପରେ ପରିବାର ଲୋକେ ଦାରିଙ୍ଗ ବାଡି ଥାନାରେ ଏତଲା ଦେବ ସହ ଶିକ୍ଷୟତ୍ରୀ ଙ୍କ ଗିରଫ ଦାବୀ କରିଛନ୍ତି lତେଵେ ଆଗକୁ ମାଟ୍ରିକ ପରୀକ୍ଷା, ଫଳରେ ସରକାରୀ ହେଉ କି ବେସରକାରୀ ସ୍କୁଲ, ସବୁଠି ପାଠପଢା ଜୋରଦାର ଆରମ୍ଭ ହେଇଛି l ପିଲା ଭଲ ପାଠ ପଢୁ ଭଲ ମଣିଷ ଟିଏ ହେଉ, ଆଗକୁ ବଢ଼ୁ, ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବ୍ୟସ୍ତ lସ୍କୁଲ ରେ ଭଲ ରେଜଲ୍ଟ ନହେଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରିଛନ୍ତି lଏପଟେ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି lପିଲାଏ ପାଠ ପଢ଼ୁନାହାନ୍ତି କି ଉତ୍ତର ବି କହିପାରୁନାହାନ୍ତି ଏପରିସ୍ଥଳେ ପିଲାଙ୍କ ଭଲ ପାଇଁ ଶିକ୍ଷୟତ୍ରୀ କରିବେ କଣ ??, ଯଦି ପିଟିବେ ତେଵେ ମାମଲା ହେଉଛି ତାଙ୍କ ବିରୁଦ୍ଧରେ, ଯାହାକି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶିକ୍ଷାବିତ lତେଵେ, ଏହି ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ କହିଛନ୍ତି l ସେହିପରି ପୋଲିସ ବି ମାମଲା ର ଅନୁସନ୍ଧାନ କରୁ ଥିବା ଜଣା ପଡ଼ିଛି l