ଅବ୍ୟଵସ୍ଥା ମଧ୍ୟରେ ପ୍ରେମଝରି ଉଚ୍ଚପ୍ରାଥମିକ ବିଦ୍ୟାଳୟ


ଫୁଲବାଣୀ 24/6

ସରକାର ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି lଏଥିପାଇଁ କୋଟି କୋଟି ଟଙ୍କା ଵ ଖର୍ଚ କରୁଛନ୍ତିl
ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ, ନାରା ଦେଉଛନ୍ତି lହେଲେ ଏ ସବୁ କେବଳ କାଗଜ କଲମ ରେ ହିଁ ଚାଲିଥିବା ଅଭିଯୋଗ ହେଉଛି lଯାହାକି ଖଜୁରୀପଡା ବ୍ଲକ ଅନ୍ତର୍ଗତ ପ୍ରେମଝରି
ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ କୁ ନିରେଖି ଦିଖିଲେ ସ୍ୱଷ୍ଟ ଜଣାପଡୁଛି l
ଏହି ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଜାଏଂ ସତୁରି ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି lହେଲେ ବର୍ଷା ହେଲେ ଛାତ ରୁ ପାଣି ଗଳୁଛିl ଛାତ ରୁ ରଡ଼ ଦିଶିଲାଣି ଆଉ ବେଳ ଅବେଳ ରେ ସିମେଣ୍ଟ ଖଣ୍ଡ ମଧ୍ୟ ପଡୁଛି l ଫଳରେ
ଛାତ୍ର ଛାତ୍ରୀ ଓ ଶିକ୍ଷକ ଭୟ ଭୀତ ଅବସ୍ଥାରେ ପାଠ ପଢ଼l ଉଥିବା କହିଛନ୍ତି l
ମରାମତି ପାଈଁ ବାରମ୍ବାର କତୃପକ୍ଷ ଙ୍କୁ ଜଣାଇଲେ ବି ସୁଫଳ ମିଳୁନି l
ଜୀବନ କୁ ବାଜି ଲଗାଇ ପିଲାଏ ପାଠ ପଢୁଛନ୍ତି lଏବେ
ବର୍ଷା ଦିନ ଆସିଲାଣି l ମରାମତିହେଇନି l
ଏ ନେଇ ପ୍ରଧାନ ଶିକ୍ଷକ ଙ୍କୁ ପ୍ରଚାରିବାରେ ଶିକ୍ଷକ ୩ଜଣ କୁ ଶିକ୍ଷୟତ୍ରୀ ଜଣେ ଥିବା କହିଥିଲେ l ତେଵେ ସ୍କୁଲ ମରାମତି ହେଲେ ଭଲ ହୁଅନ୍ତା ପିଲାଏ ଭଲ ରେ ବସି ପାଠ ପଢ଼ନ୍ତେ ବୋଲି କହିଛନ୍ତି l

Leave A Reply

Your email address will not be published.