ଫୁଲ ବାଣୀ- ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଚକାପାଦ ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣଗ୍ରାମରେ କରାଯାଇଥିବା ଆମ୍ବ ଓ ଫୁଲ ଝାଡୁଚାଷ ଆଦିବାସୀ ଙ୍କୁ ଆତ୍ମ ନିର୍ଭରଶିଳକରିଛି l ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଥିଲା l Iଏଥିରେ ୨୩୨୭ ଶ୍ରମ ଦିବସ ସୃଷ୍ଟି କରାଯାଇ ୪ଲକ୍ଷ ୮୧ହଜାର ୭୯୩ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ ବାବଦରେ ୩ଲକ୍ଷ ୪୮ହଜାର ୨୦୭ ଟଙ୍କା ଏହି ପରି ମୋଟ ୮ଲକ୍ଷ ୩୦ ହଜାର ଟଙ୍କା ଖର୍ଚ କରାଯାଇ ଥିଲା l । ଗଛ ଚାରା ଯେପରି ନଷ୍ଟ ନ ହେବ ସେଥିପାଇଁ ଚର୍ତୁ ପାଶ୍ୱରେ ତାର ବାଡ଼ ମଧ୍ୟ ବୁଲାଯାଇଥିଲା।ଫଳରେଚାଷ ଭଲ ହୋଇଥିଲା l ହିତାଧିକାରୀ ମାନେ ଝାଡୁ ବିକ୍ରୀ କରି ଦୁଇପଇସା ପାଇଥିବା କୁହାଯାଉଛି।ଆଗକୁ କଲମୀ ଆମ୍ବ ମଧ୍ୟ ବିକ୍ରିକରି ଲାଭବାନ ହେବେ l ସେହିପରି ଜିଲ୍ଲାରେ ଗତ ବର୍ଷ ଯାଏ ଦୁଇହଜାର ଛଅଶହ ପଞ୍ଚସ୍ତୋରୀଟି ଫାର୍ମ ପଣ୍ଡ ନିର୍ମାଣ କରାଯାଇ ଚାଷୀମାନଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି । ଏଥିରେ ୫,୭ ୭,୦୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି lକେବଳ ଏହି ଗୋଟିଏ ସ୍ଥାନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପକ୍ଷରୁ ଫଳ ଚାଷ କରାଯାଉଛି ଯାହାକି ଆଗାମୀ ଦିନରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୁର୍ଦ୍ଧିରେ ସହାୟକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.