mobile header

ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲାଗସ୍ତ।ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ଉପରେ ସମୀକ୍ଷା।

ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍ ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ତା. ୨୪.୦୬.୨୦୨୨ ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଯୋଗ ଦେଇ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ମୟୂରଭଞ୍ଜ ଜିଲ୍ଲାଗସ୍ତ କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଶିଶୁ ପ୍ରକଳ୍ପ ଯୋଜନା ଓ ମିଶନ ଶକ୍ତି ବିଭାଗ ଯୋଜନାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଯୋଜନା କାର୍ଯ୍ୟକ୍ରମ ଉପରେ ବିଶେଷ କରି ସମ୍ମନ୍ନିତ ଶିଶୁ ବିକାଶ, ମମତା, ମିଶନ ଶକ୍ତି ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସଂମ୍ପର୍କରେ ସମୀକ୍ଷାମୂଳକ ଆଲୋଚନା କରିଥିଲେ । ସମୀକ୍ଷାରେ ମହିଳା ଓ ଶିଶୁମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କ୍ରମ ତ୍ୱରାନ୍ନିତ କରାଯାଉଥିବା ଉଲ୍ଲେଖ କରି କହିଲେ, ଯେ ବିଶେଷ କରି ମିଶନ ଶକ୍ତି ଯୋଜନା କାର୍ଯ୍ୟକ୍ରମରେ ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏ ଦିଗରେ ରାଜ୍ୟର ୭୦ ଲକ୍ଷ ମହିଳା ଏସ୍‌ଏଚ୍‌ଜି ସଦସ୍ୟ ମାନଙ୍କ ପାଇଁ ବିଭିନ୍ନ ଆୟଭିତିକ କାର୍ଯ୍ୟକ୍ରମରେ ସହାୟତା ଯୋଗାଇ ଦିଆଯାଉଥିବାବେଳେ ଉଲ୍ଲେଖ କରି ମୟୁରଭଞ୍ଜ ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଗୁଡ଼ିକ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମ ଆଗେଇ ନେବାକୁ ଗୁରୁତ୍ୱାରୋପ କରିଥିଲେ । ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ ଏବଂ ପ୍ରାକ୍ ଶିକ୍ଷାର ବିକାଶ ଦିଗରେ ଦୃଷ୍ଟି ଦେଇ ସମ୍ମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ତ୍ୱରାନିତ କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷାରେ ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ ପ୍ରଶାସନିକ କାର୍ଯ୍ୟକ୍ରମରେ ଜିଲ୍ଲାରେ ଓମାଡିସ ଯୋଜନା ସହାୟତାରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ, ପାନୀୟ ଜଳ ଓ ବିଦୁତ୍ୟ ଶକ୍ତି ଯୋଗାଣ ଆଦି ଆନୁସଂଗିକ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ତରାନ୍ନିତ କରାଯାଉଥିବା ସୂଚାଇଥିଲେ । ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନା କାର୍ଯ୍ୟକ୍ରମରେ ବିଶେଷ ଧ୍ୟାନଦେଇ ଜିଲ୍ଲାରେ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରାଯାଉଥିବା ପ୍ରକାଶ କରିବା ସହିତ ଆମ୍ବାଡିସି ପାଂଠି ସହାୟତାରେ ଗୃହ ନଥିବା ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସକାଶେ ପ୍ରତି ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୫ଲକ୍ଷ ଖର୍ଚ୍ଚ ଅଟକଳରେ କାର୍ଯ୍ୟକ୍ରମ କରାଯାଉଥିବା ସୂଚାଇବା ସହ ଏଥିରେ ଅଙ୍ଗନୱାଡି କେନ୍ଦ୍ରର ପାଚେରି ତଥା ଆନୁସଙ୍ଗିକ ଭିତି ଭୂମି ବିକାଶ ଆଦି ସୁବିଧା ଉପଯୋଗ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ସମୀକ୍ଷା ବୈଠକରେ ମୋରଡା ବିଧାୟକ ରାଜକିଶୋର ଦାଶ ଯୋଗ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ଯୋଜନାରେ ଯେଉଁସବୁ କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକ ସୁପରିଚାଳନା ଦିଗରେ ଦୃଷ୍ଟି ଦେବା ଏବଂ ଏସ୍‌ଏଚ୍‌ଜି ମାନେ ବିଭିନ୍ନ ଆୟଭିତିକ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ନେଇ କ୍ଷେତ୍ର ସ୍ତରରେ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ଜ୍ଞାନ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଜ୍ଞାନ ଦକ୍ଷତା ବୃଦ୍ଧି କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ତତ୍ୱାବଧାନରେ ପରିଚାଳିତ ଓଏଲ୍‌ଏମ୍ ଯୋଜାନାରେ ଏସ୍‌ଏଚ୍‌ଜି ମାନଙ୍କର ଆୟଭିତିକ କାର୍ଯ୍ୟକ୍ରମ ଗୁଡିକ ତ୍ୱରାନ୍ୱିତ କରାଯାଉଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଯୋଜନା କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସମ୍ମନ୍ୱିତ ଶିଶୁ ବିକାଶ , ମମତା,ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ସଂପର୍କରେ ସୂଚାଇଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଡିପିସି, ମିଶନ ଶକ୍ତି, ସମସ୍ତ ସିଡିପିଓ ଓ ସଂପୃକ୍ତ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.