mobile header

ମନମୁଣ୍ଡା ତେଲନଦୀରୁ ବାଲି ଚୋରା ଚାଲାଣ ବେଳେ ଧରାପଡି ତଣ୍ଡ ଗଣିଲେ ୩ ଟ୍ରାକ୍ଟର।

  କଣ୍ଟାମାଳ,୨୪/୬ (ଇମିସ) : କଣ୍ଟାମାଳ ତହସିଲ ମନମୁଣ୍ଡା  ତେଲନଦୀ ମାଉଲି ମନ୍ଦିର ନିକଟ ବାଲିଘାଟରୁ ବେଆଇନ ବାଲି ଉଠାଣ ହେଉଥିବା ଗତ ୩ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଆଜି ସନ୍ଧ୍ଯା ୬ଟା ସମୟରେ ମନମୁଣ୍ଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଶରତ ବେହେରା ଅଫିସ କର୍ମଚାରୀଙ୍କୁ ସାଙ୍ଗରେ ଧରି ଉକ୍ତ ବାଲିଘାଟରେ ଚଢାଉ କରିଥିଲେ। ଚଢାଉ ସମୟରେ ୩ ଗୋଟି ଟ୍ରାକ୍ଟରରେ ବାଲି ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା। ପଞ୍ଚାନନ ମେହେରଙ୍କ ଓଡି୧୭ଏ ୧୯୬୮, ସଚ୍ଚିଦାନନ୍ଦ ବିଶିଙ୍କ ଓଡି୩୧କେ ୦୮୨୫, ବିବେକାନନ୍ଦ ସାହୁଙ୍କ ୩ଗୋଟି ଟ୍ରାକ୍ଟରରୁ ୫ ହଜାର ଲେଖାଏଁ ୧୫ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି । 

Leave A Reply

Your email address will not be published.