ନବରଙ୍ଗପୁର ଜିଲ୍ଲା ରେ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଏବଂ ଏଗୁଡିକର ତୁରନ୍ତ ସମାଧାନ ନିମନ୍ତେ ନବରଙ୍ଗପୁର ଜିଲ୍ଲାର ସମସ୍ତ କିନ୍ନର ମାନେ ମିଶି ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ନାମରେ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ୦୬/୨୦୨୨ ପତ୍ର ସଂଖ୍ୟା ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ କରିଛନ୍ତି। ଉକ୍ତ ସଂଘରେ ଟେଲିଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ସଙ୍ଘର ଅଧ୍ୟକ୍ଷ ଭାବେ ମନୋନୀତ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ଉପଦେଷ୍ଟା କରିଛନ୍ତି। ଏହି ସଂଘରେ ସଭାପତି ଭାବରେ ଯୋସେଫ କୂଳଦୀପ(କାଜଲ) ହୋଇଥିବା ବେଳେ ଉପସଭାପତି ଭାବେ ବାବୁଲି ହରିଜନ(ସୋନା), ସମ୍ପାଦକ ଭାବେ ଇଶାକ ହରିଜନ(ଚୁମକୀ), ସହସମ୍ପାଦକ ଭାବେ ପ୍ରଶାନ୍ତ ବିଷୋୟୀ(ପ୍ରୀତି) ଏବଂ କୋଷାଧ୍ୟକ୍ଷ ଭାବରେ କଳ୍ପନା ପୃଷ୍ଟି ଦାଇତ୍ୱ ତୁଲାଇବେ, ସେହିପରି ସଙ୍ଘର ମୁଖ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଅଧ୍ୟାପକ ଅଖିଳ ଭଟ୍ଟଙ୍କୁ ମନୋନୀତ କରିଥିବା ବେଳେ ଅନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଭାବରେ ଜଗନ୍ନାଥ ରଥ, ସଂଜୀବ କୁମାର ସିଂହ, ତୁଷାରକାନ୍ତି ଖୋସଲା, ଲଷ୍ମୀ ଜାନୀ, ଜୟନ୍ତୀ ବାଳା, ସାନୁ ହରିଜନ, ବୁଟୁ ଜାନୀ ପ୍ରମୁଖଙ୍କୁ ଦାଇତ୍ୱ ଦିଆଯାଇଛି। ସେହିପରି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ସଭାପତି ଭାବରେ ପ୍ରିୟା ବେସେରା, ଡାବୁଗାଁ ବ୍ଲକ ସଭାପତି ମଙ୍ଗଳ ଦେଇ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ବୁଟୁ ଜାନୀ, ପାପଡାହାଣ୍ଡି ବ୍ଲକ ସଭାପତି ଭାବରେ ଲଷ୍ମୀ ଜାନୀ, ରାଇଘର ବ୍ଲକ ସଭାପତି ଭାବେ ଜୟନ୍ତୀ ବାଳା, କୋଷାଗୁମୁଡ଼ା ବ୍ଲକ ସଭାପତି ଭାବେ ବୈଦ୍ୟନାଥ ନାୟକ ପ୍ରମୁଖଙ୍କୁ ଦାଇତ୍ୱ ଦିଆଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ବ୍ଲକ ମାନଙ୍କର ସଭାପତି ଚୟନ କରାଯିବ ଏବଂ କୌଣସି କାରଣ ବଶତଃ ଯେଉଁ କିନ୍ନର ମାନେ ନିଜର ପରିଚୟ ଦେଉନାହାନ୍ତି ସେମାନଙ୍କୁ ଜିଲ୍ଲାରୁ ଖୋଜି ବାହାର କରି ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସଂଘ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩୮ଜଣ କିନ୍ନରଙ୍କୁ ଚିନ୍ନଟ କରାଯାଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଶ୍ରୀ ଅଖିଳ ଭଟ୍ଟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁନିସିପାଲିଟି ଅଞ୍ଚଳରେ କିନ୍ନର ମାନେ ମାଁ ଭଣ୍ଡାରଘରଣୀଙ୍କ ଆଶ୍ରିବାଦ ନିମନ୍ତେ ଦର୍ଶନ କରିଥିଲେ।
