mobile header

ନିଆରା ଢଙ୍ଗରେ କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ କଲେ କଳାକାର ସଙ୍ଘ

ଫୁଲବାଣୀ -24/6 କନ୍ଧମାଳ ଜ଼ିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ଶୁକ୍ରବାର ନିଆରା ଢଙ୍ଗରେ ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ l ଏଥିରେ ଜ଼ିଲ୍ଲା ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ଜ଼ିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଙ୍କ ସମେତ ୧୨ ଗୋଟି ବ୍ଲକ ର ବ୍ଲକ ଉପ ସଭାପତି ଯୋଗଦେଇଥିଲେ l କଳା ସଂଗଠନ ର କଳାକାର ମାନେ ପାରମ୍ପରିକ ବେଶଭୁଷା ରେ ସଜ୍ଜିତ ହୋଇ ଲୋକନୃତ୍ୟ ମାଧ୍ୟମ ରେ ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ ଜଣାଇଥିଲେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ, ପ୍ରମୋଦ ଦଣ୍ଡସେନା, ସରୋଜ କୁମାର ସାହୁ, ଜୁନେସ ପରିଛା, ସତପଥି ପ୍ରଧାନ, ତ୍ରିନାଥ ପଣ୍ଡା ଭାଗିରଥି ସାହୁ, ଗୋଲକ ବିହାରୀ ମଲ୍ଲିକ, ସଦାନନ୍ଦ ପରାସେଠ, ବରିଷ୍ଠ କଳାକାର ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ lଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଓ ଅ ନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.