mobile header

ଏମ ଭି :୭୯ କୁ ବ୍ଲକ ଓ ଏମ ଭି :୭୯ ଗ୍ରାମର ସ୍ବାସ୍ଥ୍ୟକେନ୍ଦ୍ରକୁ ସବ୍‌ଡିଭିଜନ କରିବା ପାଇଁ ଦାବି ।

କାଲିମେଳା , ୨୪/୬ ବୁଧବାର ଅନୁଷ୍ଠିତ ୬୯ ତମଜିଲ୍ଲା ପରିଷଦ ବୈଠକରେ କାଲିମେଳା ବ୍ଲକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସବଡିଭିଜନ ମାନ୍ୟତା ପ୍ରଦାନ କରିବା ଓ ୬୯ ତମ ଜିଲ୍ଲା ପରିଷଦ ବୈଠକ ଏବଂ ଏମ୍ ଭି – ୭୯ ଗ୍ରାମକୁ ନୂତନ ବ୍ଲକ ଗଠନ କରିବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ଦାବି ଉପସ୍ଥାପନ କରିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ କାଲିମେଳା ବ୍ଲକ ଅନ୍ୟତମ । ଏଠାରେ ସବୁଠାରୁ ଅଧିକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରହିଛି । ଏଠାରେ ଜନସଂଖ୍ୟା ଅଧିକ ଥିବା ବେଳେ କାଲିମେଳା , ମୋଟୁ ଓ ପଡ଼ିଆ ଅଞ୍ଚଳ ଲୋକେ ୪୦ରୁ ଉର୍ଦ୍ଧ୍ଵ କିମି ଦୂରରେ ଥିବା ମାଲକାନଗିରି ସବୁଭିଜନକୁ ବିଭିନ୍ନ କାମରେ ଯିବାକୁ ପଡୁଛି । ସେହିପରି ତାପ ସୌଜନ୍ୟ ଜିଲ୍ଲା ପରିଷଦ । ୩୦ ରୋଗୀ ଶଯ୍ୟା ବିଶିଷ୍ଟ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ସ୍ଥାନୀୟ ବିଭିନ୍ନ ପ୍ରକାର ରୋଗୀ ଉପକୃତ ହୋଇପାରିବେ । ଏହି କ୍ରମରେ କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ୬୦ କିମିରୁ ଊର୍ଦ୍ଧ୍ବ ଏବଂ ଏମ୍ ଭି- ୭୯ ଅଞ୍ଚଳର ଲୋକେ ଆସିବାକୁ ୨୫ କିମିରୁ ଊର୍ଦ୍ଧ୍ବ ରାସ୍ତା ଦେଇ ଆସିବାକୁ ପଡୁଛି । ତେଣୁ ଏମ୍ ଭି ୭୯ ଗ୍ରାମଠାରେ ନୂତନ ବ୍ଲକ ଗଠନ ହେଲେ ସ୍ଥାନୀୟ ଅଞ୍ଚଳବାସୀ ସବୁ ଦିଗରୁ ଉପକୃତ ଅଞ୍ଚଳର ଲୋକେ କୈାଣସି କାମରେ କାଲିମେଳା ବ୍ଲକ କାର୍ଯ୍ୟାଳୟକୁ ଆସିବା ପାଇଁ ହେବେ । ଏସବୁର ଅଭିଯୋଗକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ବର୍ତ୍ତମାନ ଏହି ଦାବି ଜିଲ୍ଲା ପରିଷଦ ବୈଠକରେ ଉପସ୍ଥାପନା କରିଥିବା ସୂଚନା ମିଳିଛି । ଏହି ବୈଠକରେ କାଲିମେଳା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୁ ତାଙ୍ଗୁଲୁ , ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ୍ୟ , ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି , ଜିଲ୍ଲାପାଳ ବିଶାଳ ସିଂ , ପିଡ଼ି ଡିଆରଡ଼ିଏ ବାଳ ମୁକୁନ୍ଦ ଭୂୟାଁ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ ସମେତ ଜିଲ୍ଲାର ଅନ୍ୟାନ୍ୟ ଲୋକପ୍ରତିନିଧୂ ଓ ପଦାଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.