mobile header

ରାଇମୋହନଙ୍କ ସ୍ମୃତିରେ ଆମେ ଭଞ୍ଜ କଳାକାର ପକ୍ଷରୁ ଶୋକସଭା

ଉଦଳା -ଓଡ଼ିଆ ସିନେ ଓ ଯାତ୍ରା ସୁପ୍ରସିଦ୍ଧ କଳାକାର ରାଇମୋହନ ପରିଡାଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବ୍ୟାପି ବିଭିନ୍ନ ମହୋଲରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏବଂ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲା ଉଦଳା ର ” ଆମେ ଭଞ୍ଜ କଳାକାର କ୍ଲବ ” ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏଥିରେ ବହୁ ଯାତ୍ରା କଳାକାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ତାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ମୃତ୍ୟୁ ଓଡ଼ିଶା କଳା ଜଗତ ପାଇଁ ଅପୁରଣୀୟ କ୍ଷତି । ଏଭଳି କଳାକାର ବିରଳ ! ଯିଏକି ଅଭିନୟର ପ୍ରତିଟି କ୍ଷେତ୍ରରେ ଚଳଚିତ୍ର , ନାଟକ , ଯାତ୍ରା , ଓ ଟିଭି ଧାରାବାହିକ ମାଧ୍ୟମରେ ନିଖୁଣ ଅଭିନୟ କରି ଲୋକଙ୍କ ଦ୍ଵାରା ବେଶ ଆଦୃତ ହେଇ ପାରିଥିଲେ ବୋଲି ସ୍ମତି ସଭାରେ ଉପସ୍ଥିତ ଥବା କଳାକାରମାନେ କହିଥିଲେ । ଇତ୍ୟବସରରେ ରାଇମୋହନ ପରିଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଆତ୍ମାର ସଦଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.