mobile header

ଚାଇଲଡ ଲାଇନ ଦ୍ୱାରା ଦୁଇ ଶିଶୁ କନ୍ୟା ଉଦ୍ଧାର

ଫୁଲବାଣୀ -27/6 ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦଡକୀ ଛକ ରୁ ଦୁଇଜଣ ଶିଶୁ କନ୍ୟା କୁ ଚାଇଲଡ ଲାଇନ ଉଦ୍ଧାର କରିଛି lରବିବାର ରାତି ରେ ଦୁଇଜଣ କୋମଳମତି ଶିଶୁ ଦଡକୀ ଛକ ପୋଲ ରେ ବସିଥିବା ସ୍ଥାନୀୟ ଲୋକେ ଦେଖି ଚାଇଲଡ ଲାଇନ କୁ ଖବର ଦେଇଥିଲେ l ଚାଇଲଡ ଲାଇନ ସଦସ୍ୟ ତତକ୍ଷଣାତ ସେଠାରେ ପହଂଚି ଶିଶୁ ଦ୍ବୟ ଙ୍କୁ ଉଦ୍ଧାର କରିଥିଲେ l ସେମାନଙ୍କୁ ଫୁଲବାଣୀ ସୁଧାର ଗୃହ ରେ ରଖାଯାଇଛି l ସେମାନେ କୁଆଡେ଼ ହଷ୍ଟେଲ ରେ ରହି ପାଠପଢ଼ୁଲେ l ତେଵେ କାଁହିକି କଣ ପାଇଁ, କେଉଁ ପରିସ୍ଥିତିରେ ଏତେବାଟ ଆସି ଦଡକୀକୁ ଆସିଥିଲେ ତଦନ୍ତ ପରେ ଜଣାପଡିବ ବୋଲି ଚାଇଲଡ ଲାଇନ କହିଛି l

Leave A Reply

Your email address will not be published.