
ଫୁଲବାଣୀ -27/6
ଓଲିଉଡ଼ ର ପ୍ରସିଦ୍ଧ ତଥା ଖ୍ୟାତନାମା କଳାକାର ରାଇମୋହନ ପରିଡ଼ା ଙ୍କ ଅକାଳ ମୃତ୍ଯୁ ରେ କନ୍ଧମାଳ ଜିଲାର ବରିଷ୍ଠ କଳାକାର, କଣ୍ଠଶିଳ୍ପୀ, ଗୀତିକାର, ସିନେ ଅଭିନେତା ଜଳନ୍ଧର ବେହେରା ଓରଫ ଜେଡି ଗଭୀର ଶୋକ ପ୍ରକାଶ କରିବା ସହ ଅମରଆତ୍ମା ରସଦଗତି କାମନା କରିଛନ୍ତି l
ସ୍ବର୍ଗତ ରାଇମୋହନ ଜଣେ ପ୍ରତିଷ୍ଠିତ ଭିଲିଆନ ଓ ମଞ୍ଚ ଅଭିନେତା ଥିଲେଆଉ ତାଙ୍କ ସହ କାହାରିକୁ ତୁଳନା କରାଯାଇପାରିବନି ବୋଲି କହିଥିଲେ lସେ ଖଳ ନାୟକ ଭୂମିକା ନିର୍ବାହ କରୁଥିଲେ ସିନା ଜଣେ ସରଳ, ନିଷ୍କପଟ, ପରାପକାରୀ, ତଥା କୋମଳ ହୃଦୟର ଵ୍ୟକ୍ତି ଥିଲେ ବୋଲି ଜଳନ୍ଧର କହିଛନ୍ତିl ରାଇମୋହନ ଙ୍କ ସ୍ମୃତି ରେ ଜଳନ୍ଧର ଓ କଳାକାର, କଳାପ୍ରେମୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେନୁଆସାହି ଛକ ରୁ ବାହାରି ମୂଖ୍ୟ ରାସ୍ତା ଦେଇ କୋର୍ଟ ଛକ ଆସିଥିଲେ l