xmas

ବିଳାସ ପୁର ପଞ୍ଚାୟତର ନୂତନ ସରପଞ୍ଚ ଙ୍କ ସ୍ଵାମୀ ,ପୁଅ ଓ ସହଯୋଗୀ ଙ୍କ ଦବଂଗ ଗିରି ଉକ୍ତ ପଞ୍ଚାୟତରେ ଲୋକେ ଭୟଭୀତ।

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ସେବା ସମବାୟ ସମିତି ର ନିର୍ବାଚନକୁ ନେଇ ଘଟିଛି ହିଂସା କାଣ୍ଡ।ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ବେଳରୁ ନିଆଁ କୁହୁଲୁଥିବା ସୁବେଦର ଲଳିତ ସାହୁ କହିଛନ୍ତି।ବିଳାସ ପୁର ପଞ୍ଚାୟତର ନୂତନ ସରପଞ୍ଚ ଅମ୍ବିକା ସୁନା ଙ୍କ ସ୍ଵାମୀ ଗରିବ ସୁନା ତାଙ୍କର ଦୁଇ ପୁଅ ରୋହିତ ସୁନା,ପୁରୋହିତ ସୁନା ଓ ତାଙ୍କର ଦୃଢ଼ ସହଯୋଗୀ ରବି ସାହୁ ବିକାଶ ସାହୁ, ବିଜନ ସାହୁ,ପଦ୍ମନାଭ ସାହୁ, ପ୍ରଦୁମ୍ନ ସାହୁ,ସମସ୍ତେ କୋଶଳ ସଂଗ୍ରାମୀ ଲଳିତ ସାହୁ ଙ୍କ ଘରକୁ ଯାଇ ଭଙ୍ଗାରୁଜା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ଶ୍ରୀ ଯୁକ୍ତ ସାହୁ କହିଛନ୍ତି।ଶନିବାର ଦିନ ବିଲାସ ପୁର ହାଟ ପଦା ନିକଟରେ ଦୁଇ ଚାରି ଜନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାନ କରିଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ସେବା ସମବାୟ ନିର୍ବାଚନରେ ସରପଞ୍ଚ ଙ୍କ ସହଯୋଗୀ ରବି ସାହୁ ଙ୍କ ଓ ତାଙ୍କ ସମର୍ଥକ ମାନଙ୍କ ନାମାଙ୍କନ ପତ୍ର ନାକଚ ହେବା ଯୋଗୁଁ ଗତ କିଛି ଦିନ ହେବ ପି ଇ ଓ ହିମାଂଶୁ ପ୍ରଧାନ ତାଙ୍କ ମନ ମୁଣ୍ଡା ସ୍ଥିତ ଭଡ଼ାଘରେ ରହୁଥିବା ତାଙ୍କ ବାସଭବନ କୁ ଆସି ମଧ୍ୟ ହତ୍ୟା ଧମକ ଦେଇଥିବା ଉକ୍ତ ବ୍ୟକ୍ତି ମାନଙ୍କ ନାମରେ ମନ ମୁଣ୍ଡା ଥାନାରେ ମାମଲା ଦାୟର ହୋଇଥିଲା।ଏଠାରେ ପ୍ରଶ୍ନ ଉଠୁଛି ଜେ ଉକ୍ତ ସେବା ସମବାୟ ସମିତି ନିର୍ବାଚନ ପୂର୍ବରୁ ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ଜୀବନରେ ମାରିଦେବା ର ଧମକ ଦେଇଥିବା ସତ୍ତ୍ୱେ ମଧ୍ୟ ଉକ୍ତ ବ୍ୟକ୍ତି ମାନଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏହା ପୋଲିସର ଦୁର୍ଭାଗ୍ୟ ଜନକ ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି।ପୁଣି ଶନିବାର ଦିନ ଲୋକଙ୍କୁ ଭୟଭୀତ କରିବା ଓ ରାତିରେ ଘର ମାନଙ୍କ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା କୁ ନେଇ ମନ ମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ମାନଙ୍କୁ ଗିରଫ ନ କରି ଖୋଲା ଛାଡି ଦେଇଥିବା ବେଳେ ଉକ୍ତ ପଞ୍ଚାୟତରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଲଳିତ ସାହୁ ଓ କରୁଣା ମେହେର ସୂଚନା ଦେଇଛନ୍ତି।ଉକ୍ତ ବିଳାସ ପୁର ସେବା ସମବାୟ ସମିତି ର ନିର୍ବାଚନ କାଲି ସରିଥିବା ବେଳେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରିବା ସହ ନିଜେ ମନ ମୁଣ୍ଡା ଆଇ ଆଇ ସି ଗୋପୀନାଥ ପ୍ରଧାନ ଉପସ୍ଥିତ ରହି ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ସମ୍ପୂର୍ଣ୍ଣ କରିଥିବା ଜଣା ପଡ଼ିଛି।ଏତେ ବିଶୃଙ୍ଖଲା ସୃଷ୍ଟି କରିବା ସତ୍ତ୍ୱେ ପୋଲିସ କେବେ ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.