mobile header

ସୋଆକୁ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟ ସମ୍ମାନ

ଭୁବନେଶ୍ୱର, ୨୭/୦୬: ଗୁଣାବତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟଭାବେ ଶିକ୍ଷା ଓ ଅନସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ରବିବାର ନୂଆଦିଲ୍ଲୀ ଠାରେ “ଦ ଗୋଲ୍ଡେନ୍‌ଷ୍ଟାର ଆଇକନ୍ ଆୱାର୍ଡ୍ସ” କାର୍ଯ୍ୟକ୍ରମରେ ସୋଆକୁ “ମୋଷ୍ଟ ଟ୍ରଷ୍ଟେଡ୍ ୟୁନିଭର୍ସିଟି ଫର୍ କ୍ୱାଲିଟି ଏଜୁକେସନ୍ ଇନ୍‌ଇଣ୍ଡିଆ” ସମ୍ମାନ ପ୍ରଦାନ କରାଯାଇଛି ।ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀମତି ଜୟପ୍ରଦାଙ୍କ ଠାରୁ ସୋଆ ପକ୍ଷରୁ ଏହି ଆୱାର୍ଡଗ୍ରହଣ କରିଛନ୍ତି ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ୍ ନାୟକ ।ସୋଆ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ସୋଆ ଏହି କୃତିତ୍ୱ ହାସଲ କରିଛି ।ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । ସେହିପରି ବିଶ୍ୱସ୍ତରରେସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ)୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି ।

Leave A Reply

Your email address will not be published.