mobile header

ନିଶା ଦ୍ରବ୍ୟ ବିରୁଦ୍ଧରେ ସୋଆ ରେଡିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର , ୨୮/୦୬: ବିଶ୍ୱ ଔଷଧ ଅପବ୍ୟବହାର ଏବଂ ବେଆଇନ୍ କାରବାର ଦିବସ ଉପଲକ୍ଷେ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ନିଶା
ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ସେମାନେ ନିଶା ଦ୍ରବ୍ୟ ଠାରୁ ନିଜକୁ
ଦୂରେଇ ରଖିବା ପାଇଁ ଶପଥ ନେବା ସହ ବକ୍ତୃତା, ସଂଗୀତ ଏବଂ ନୃତ୍ୟ ମାଧ୍ୟମରେ ସମାଜକୁ ନିଶା ମୁକ୍ତ କରିବା
ଦିଗରେ ନିଜର ମତ ରଖିଥିଲେ ।
ଛାତ୍ରଛାତ୍ରୀମାନେ ଏକ ସ୍ୱଚ୍ଛ ଏବଂ ସକାରାତ୍ମକ ଜୀବନ ଗଢ଼ିବା ଦିଗରେ ନେତୃତ୍ୱ ନେବା ଏକ ଗର୍ବର
ବିଷୟ ବୋଲି ସୋଆ ରେଡିଓ ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପ…ନାୟକ କହିଥିଲେ ।
ସେହିପରି ରେଡିଓ ଟିମ୍ ଗଣ୍ଡମୁଣ୍ଡା ନିକଟସ୍ଥ ବସ୍ତିକୁ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ନବଜାତ ଶିଶୁଙ୍କୁ
ସ୍ତନ୍ୟପାନ ସମ୍ପର୍କରେ ସଚେତନ କରାଇଥିଲେ । ସୋଆ ରେଡିଓ ପକ୍ଷରୁ ଶ୍ରୀମତି ଶୁଭ୍ରସୀମା ମହାନ୍ତି ଏବଂ ଶ୍ରୀ
ସତ୍ୟରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.