
ମାଲକାନଗିରି-୨୮/୦୬- ମାଲକାନଗିରି ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପରିସର ମଧ୍ୟରେ ତା-୨୭-୦୬-୨୦୨୨ରିଖ ସନ୍ଧ୍ୟା ୬ଟାରୁ ତା-୩୦-୦୬-୨୦୨୨ରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି ଜିଲ୍ଲା ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ।ଏହି ପ୍ରଶିକ୍ଷଣରେ ମୋଟ ୧୩ଟି ଶିଶୁମନ୍ଦିରର ୧୨୦ଜଣ ଗୁରୁଜୀ/ଗୁରୁମା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଛନ୍ତି।ସନ୍ଧ୍ୟା ବନ୍ଦନା କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଅଛି।ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ତହସିଲଦାର ମାଲକାନଗିରି ଶ୍ରୀଯୁକ୍ତ ର।ଖାଲ ଚନ୍ଦ୍ର ପରିଡା,ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସହ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ରବି ରାୟ, କାର୍ଯ୍ୟକ୍ରମର ପରିଚାଳକ ରୂପେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରାନ୍ତ ଶିଶୁବାଟିକ।ପ୍ରମୁଖ ତଥl ପୂର୍ଵକ୍ଷେତ୍ର ସହ ଶିଶୁବ।ଟିକ। ସଂଯୋଜକ ଶ୍ରୀ ପ୍ରଦୀପ କୁମାର ମଲ୍ଲିକ,ସମ୍ମାନୀତ ଅତିଥି ଜିଲ୍ଳା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଓ ଜିଲ୍ଲା ଶିକ୍ଷା ନିରୀକ୍ଷକ ତ୍ରିଲୋଚନ ଦାସ,ଅନୁଷ୍ଠାନର ଉପସଭାପତି ଶ୍ରୀ ଅଭୟ କୁମାର ଲେଙ୍କା,ସମ୍ପାଦକ ଶ୍ରୀ ବୁଦ୍ଧିବାମନ ନାୟକ,ସଦସ୍ୟା ଶ୍ରୀମତୀ ପ୍ରମିଳା ମାଡକାମୀ,ମାଲକାନଗିରି ସଂକୁଳପ୍ରମୁଖ ଶ୍ରୀ କବିରାଜ ପ୍ରଧାନ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସମାଜରେ ଶିକ୍ଷକଙ୍କ ଭୂମିକା,ବିଦ୍ୟାଭାରତୀ ଓ ଶିଶୁମନ୍ଦିରର ଲକ୍ଷ୍ୟ ଉଦ୍ଦେଶ୍ୟ, ନୂତନ ଜାତୀୟ ଶିକ୍ଷା ନୀତି ତଥା ଭାରତ ସ୍ୱାଧୀନତାର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ଦୃଷ୍ଟିରୁ ସ୍ଥାନୀୟ ମାଲକାନଗିରି ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ତଥା ମାଲକାନଗିରି ସଂକୁଳ ସଂଯୋଜକ ଶ୍ରୀ ମନୋରଞ୍ଜନ ଦାସ ଓ ବାଲିମେଳା ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ତଥା ବାଲିମେଳା ସଂକୁଳ ସଂଯୋଜକ ଶ୍ରୀ ସରୋଜ କୁମାର ସାମଲ ଉପସ୍ଥିତ ଅଛନ୍ତି।ଏହି କାର୍ଯ୍ୟକ୍ରମରେ ଗୁରୁଜୀଗୁରୁମାଙ୍କୁ ବିଭିନ୍ନ ଶ୍ରେଣୀଗତ ବିଷୟ,ନୂତନଜାତୀୟ ଶିକ୍ଷା ନୀତି ଆଧାରିତ ଶିକ୍ଷା, ନୀତିଶିକ୍ଷା ,ଯୋଗଶିକ୍ଷା,ଆଧ୍ୟାତ୍ମିକ ଶିକ୍ଷା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବ।