ଫୁଲବାଣୀ -29/6 କନ୍ଧମାଳ ଜିଲ୍ଲା ଜି. ଉଦୟଗିରି କୁମ୍ଭାରକୁପା ଗ୍ରାମର ସାନୁନୟକ ବିଦେଶ ରେ କୃତିତ୍ୱ ଅର୍ଜନ କରିଛନ୍ତି l
ସାନୁ ନାୟକ ବର୍ତମାନ ରହୁଛନ୍ତି ଲଣ୍ଡନ ରେ। ଗତ 19 ଜୁନ ରେ ଐତିହାସିକ ଲଣ୍ଡନ ସହର ରୁ ବ୍ରାଇଟନ ସହର ପର୍ଯନ୍ତ୍ 86 କିଲୋମିଟର ସାଇକ୍ଲିଂ ପ୍ରତିଯୋଗିତା ରେଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ବିଗତ 150 ବର୍ଷ ଧରି ଚାଲି ଆସୁଛି ।ଏ ବର୍ଷ ଚଉଦ ହଜ଼ାର ପ୍ରତିଯୋଗୀ କୁଆଡେ ଏଥିରେ ଭାଗ ନେଇଥିଲେ। କନ୍ଧମାଳ ର ସାନୁ ନାୟକ ମଧ୍ୟ ଏଥିରେ ଭାଗ ନେଇ 86 କିମି ଦୂରତା କୁ4 ଘଣ୍ଟା 16 ମିନିଟ ରେ ସଂପୂଣ୍ଣ କରିଥିଲେ।ଅନେକ ଏହାକୁ ସାଢେ ତିନିଘଂଟା ରୁ ୭ ଘଣ୍ଟା ଭିତରେ ସମୂର୍ଣ୍ଣ କରିଥାନ୍ତି l ସାନୁ କନ୍ଧମାଳ ରୁ ଯାଇ ଲଣ୍ଡନ ରେ ଏହିପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଆମ କନ୍ଧମାଳ ଜିଲ୍ଲା ସମେତ ଆମ ରାଜ୍ୟ ଓ ଦେଶ ପାଇଁ ନିଶ୍ଚିତ ଗୌରବ ର ବିଷୟ।ସାନୁ ଙ୍କ ନିକଟକୁ ଏବେ ସୂଭେ ଛା ର ସୁଅ ଛୁଟୁଛି l
