
ଫୁଲବାଣୀ -29/6
ଦେଶର ସର୍ବୋଚ୍ଚ ଶାସନ କର୍ତା ( ରଷ୍ଟ୍ରପତି ) ପଦ ପାଇଁ ନାମାଙ୍କନ ଦାଖଲ ହେଲା । ଶାସକ ବିଜେପି ତରଫରୁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦ୍ରୌପଦୀ ମୁର୍ମୁ ଙ୍କୁ ରଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆଦିବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l
ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଦେଶର ସର୍ବୋଚ୍ଚ ଶାସିକା ହେବେ ତାହା ଆମେ ସ୍ୱପ୍ନରେ ବି କେବେ ଭାବି ନ ଥିଲୁ ଏବଂ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି
ରାଷ୍ଟ୍ରପତି ହେଉଥିବାରୁ ଆମେ ଆନନ୍ଦିତ ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ରେ ନିଖିଳ ଓଡିଶା କୁଇ ସମାଜ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଆଦିବାସୀ କୁଇ ନେତା ଲମ୍ବୋଦର କଂହର କହିଛନ୍ତି l
।ଦ୍ରୌପଦୀ ଙ୍କୁ ଆମେ ସ୍ବାଗତ ଜଣାଇବା ସହ ସୂଚାଇବାକୁ ଚାହୁଁ ଯେ ସେ ହେଉଛନ୍ତି ଜଣେ ଆଦିବାସୀ ପରିବାରର ଝିଅ । ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର କୁସେ ନିଶ୍ଚୟ ହୃଦୟଙ୍ଗମ କରିଥିବେ । ଆଦିବାସୀଙ୍କ ସମ୍ବିଧାନିକ ଅଧିକାର ଗୁଡ଼ିକ ପ୍ରତି ବ୍ରାହ୍ମଣଧର୍ମୀମାନଙ୍କ ତରଫରୁ ହେଉଥିବା ଆକ୍ରମଣ ନିଶ୍ଚୟ ନଜରକୁ ଆସିଥିବ । ଆଜି ଭାରତର ସମ୍ବିଧାନ ଏମାନଙ୍କ କାରଣରୁ ଅସୁରକ୍ଷିତ । ଏହା ଉପଲବ୍ଧି କରୁଥିବେ ନିଶ୍ଚୟ । ଏହି ପରିପ୍ରେକ୍ଷୀରେ ଆମ୍ଭେ ଆଦିବାସୀ ସମାଜ ପରଫରୁ ସୂଚାଇବାକୁ ଚାହୁଁ ଯେ ରାଜନୀତିରେ ସେ ହେଉଛନ୍ତି ବି.ଜେ.ପି ଦଳର । ଆର ଏସ୍ ଏସ୍ ଇଙ୍ଗିତରେ ପରିଚାଳିତ ବିଜେପି ଦଳର ରଷ୍ଟ୍ରପତି ପ୍ରାର୍ଥିନୀ । ସେ ରଷ୍ଟ୍ରପତି ହେଲାପରେ ବର୍ତମାନ ପରି ଆର ଏସ୍ ଏସ୍ ଓ ବିଜେପିର ବୋଲକରା ହେଲେ ଆଦିବାସୀ ସମାଜ ଅଧିକ ସଙ୍କଟଗ୍ରସ୍ଥ ହେବ ବୋଲି କହଁର ଆଶଙ୍କା କରିଛନ୍ତି l ଆଦିବାସୀ ପରିବାରର ଜଣେ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଆଦିବାସୀ ସମାଜକୁ ଶିକାର କରିବାକୁ ଚାଲ୍ ଚଳାଇଥିବା ଆର ଏସ୍ ଏସ୍ ତା ବାଲରେ ସଫଳ ହେବ ଏବଂ ଆଦିବାସୀମାନେ ଅଧିକ ଦୁର୍ଦ୍ଦଶା ଭୋଗିବେ । ଆଦିବାସୀଙ୍କ କ୍ଷତି କରୁଥିବା ବିଲରେ ଦୌପଦୀ ମୁର୍ମୁ ସନ୍ତକ ନ କରନ୍ତୁ ଏହା ଆଦିବାସୀ ସମାଜ ଚାହେଁ । ଏଣୁ ଦୌପଦୀ ମୁର୍ମୁ ଦେଶର ସାମ୍ବିଧାନିକ ମୁଖ୍ୟ ହେବା ପରେ ଆର ଏସ୍ ଏସ୍ ଓ ବିଜେପିର ବୋଲକରା ନ ହୋଇ ନିରପକ୍ଷତା ଅବଲମ୍ବନ କରି ଦେଶର ସମ୍ବିଧାନକୁ ଅକ୍ଷୁଣ୍ଣ ରଖି ଦେଶବାସୀଙ୍କର ଚିନ୍ତା , ଭୟ ଓ ଆତୁର ଦୂର କରିବା ସହ ଶ୍ରେଷ୍ଠ ଋଷ୍ଟ୍ରପତି ହୋଇ ଉଦାହରଣସୃଷ୍ଟି କରିବେ ବୋଲି ଆଦିବାସୀ ସଂଗଠନ ଗୁଡିକ ଆଶା କରୁଥିବା କହି ଛନ୍ତି କନ୍ଧମାଳ ର ବିଶିଷ୍ଟ ଆଦିବାସୀ ନେତା ଲମ୍ବୋଧର କଂହର।