mobile header

କଟିମାହା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ବିଦ୍ୟାଳୟ ପରିଦର୍ଶନ


ଫୁଲବାଣୀ -29/6
ଶିକ୍ଷା ର ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା
ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ନୂତନ ସରପଞ୍ଚ କର୍ଣ୍ଣେଲ କହଁର ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି l ଆଜି ସରପାଞ୍ଚ କର୍ନେଲ କହଁର ଅଚାନକ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସ୍କୁଲ ର ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ତଦାରଖ କରିଥିଲେ l ପଧାନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉଗ୍ରେସେନ ପ୍ରଧାନ ଫୁଲତୋଡ଼ା ଦେଇ ସରପଞ୍ଚ କର୍ଣ୍ଣେଲ କହଁରଙ୍କୁ ସ୍ୱାଗତ କରିଥିଲେ l ସରପଞ୍ଚ ବିଦ୍ୟାଳୟ ର ବିଭିନ୍ନ ଶ୍ରେଣୀଗୃହ, ପରିସ୍ରାଗାର, ରୋଷେଇ ଘର ଓ ହଷ୍ଟେଲ ପରିଦର୍ଶନ କରିଥିଲେ l
ଶିକ୍ଷାବ୍ୟବସ୍ଥାରେ ଯେପରି ଉନ୍ନତି ଆସିବସେଥିପ୍ରତି ଦୃଷ୍ଟିଦେବାଲାଗି ପରାମର୍ଶ ଦେଇଥିଲେl ଶିକ୍ଷକ ମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ ପାଠ ପଢ଼ିବାଲାଗି କହିଥିଲେ l
ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସି, ଅଭିଭାବକ ମାନେ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.