ଫୁଲବାଣୀ -01/07 ଆଜି ଫୁଲବାଣୀ ରେ ପବିତ୍ର ରଥ ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି lଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା lସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା lପରେ ତିନି ଠାକୁରଙ୍କୁ ପହଣ୍ଡିବିଜେ କରାଯଇଥିଲା lଅତିରିକ୍ତ ଜିଲାପାଳ ବସନ୍ତ ସାହୁ ଛେରାପହଁରା କରିଥିଲେ lଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା lଏହି ଅବସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ ପି ଭିନୀତ ଅଗ୍ରୱାଲ, ଉପଜିଲାପାଳ ଶେଷ ଦେବ ମିଶ୍ର, ପି ଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ପୂର୍ବତନ ସଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ପୌ ରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି, ନିର୍ବାହୀ ଅଧିକାରୀ ବଳ ଦେବ ବେହେରା ପ୍ରମୁଖ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା lନଟ ରାଜ କଳା ମନ୍ଦିର କଳାକାର ମାନେ ରଥ ସମ୍ମୁଖରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l
