
ଫୁଲବାଣୀ-୦୧/୦୭ ଫୁଲ ବାଣୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷକ ବିମଳ କୁମାର ବେହେରାଙ୍କୁ ଗୁରୁବାର ଅପରାହ୍ନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତିମୀନା ଡିଗଲଙ୍କ ସଭାପତି ତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସହକାରୀ ପ୍ରଧାନ ଶିକ୍ଷକ ତାରାପ୍ରସାଦ ମିଶ୍ର,ସଞ୍ଚିତ। ପ୍ରଧାନ, ପ୍ରମୀଳାଦାସ, ଅନୀତା ପଟ୍ଟନାୟକ,ଅନୀତା ବେହେରା, ମୀରା ଭୋଇ, ସ୍ୱର୍ଣ୍ଣମଣିପାତ୍ର ।ଜ୍ୟୋସ୍ନା ସାହୁ, ତରୁଲତା ପରୀଡ଼ା, କସ୍ତୁରବା ଗାନ୍ଧୀ ହଷ୍ଟେଲ ୱ।ର୍ଡେନ ବୈଜୟନ୍ତୀମାଳା ମହାପାତ୍ର, ପ୍ରମୁଖ ଯୋଗ ଦେଇ ବିମଳସାର ଜଣେ ସରଳ, ନମ୍ର ,ଭଦ୍ର, ନିଷ୍କପଟ ମଣିଷ ଥିଲେ । ସେ ଜଣେ ଭଲ ବିଜ୍ଞାନ ଶିକ୍ଷକ ଭାବେ ସହରର ଏଜେ ଓ ହାଇସ୍କୁଲ ସମେତ ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ବେଶ ସୁନାମ ଅର୍ଜନ କରିଥିଲେ । ସେ ୦୨/୦୯୧୯୮୫ ରୁ ୩୦/୦୬/୨୦୨୨ ଯାଏ ଦୀର୍ଘବର୍ଷ ଧରି ଶିକ୍ଷକତା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମାନପତ୍ର ,ଉପଢୌକନ ,ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ବିମଳ ସାରଙ୍କୁ କିଛି ଉପହାର ସମ୍ବର୍ଦ୍ଧନା ଜଣାଇ ଥିଲେ।ସେହିପରି ପ୍ରଧାନ ଶିକ୍ଷୟତ୍ରୀ ମିନା ଡିଗଲ ବିମଳସାର ଙ୍କ ବିଦ୍ୟାଳୟ ପ୍ରତି ରହିଥିବା ଅବଦାନ ଓ ଭଲ ପାଇବା ସବୁବେଳ ପାଇଁ ମନେ ରହିବ ବୋଲି କହିବା ସହ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ ।
