କୁନ୍ଦଳରେ ରଥଯାତ୍ରା ଅନୁଷ୍ଠିତ l ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ

…..ବଡ଼ଚଣା ବ୍ଲକ କୁନ୍ଦଳ ଠାରେ ରଥଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଦୁଇବର୍ଷ ଧରି କରୋନା ମହାମାରୀ ପାଇ ରଥଯାତ୍ରା ବନ୍ଦ ହୋଇଥିଲା l ଚଳିତ ବର୍ଷ ମହାମାରୀ ତଳ ମୁହାଁ ଥିବାରୁ ସରକାରଙ୍କ ନିର୍ଦେଶ କ୍ରମେ ରଥଯାତ୍ରା ପାଳନ କରାଯାଇଥିଲା l ସଇକା ଗ୍ରାମ ଜଗନ୍ନାଥ ମନ୍ଦିରରୁ ନୀତିକାନ୍ତି କରି ଚତୁର୍ଥା ମୂର୍ତ୍ତିଙ୍କୁ ପହଣ୍ଡି କରାଇ ରଥରେ ବସାଯାଇଥିଲା l ତାପରେ ରଥରେ ବିଭିନ୍ନ ପୂଜାପାଠ କରିବା ସହ ସ୍ଥାନୀୟ ରଜାଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା l ଅପରାହ୍ନ 4ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା l

ରଥ ସଇକା ଗ୍ରାମ ଜଗନ୍ନାଥ ମନ୍ଦିରରୁ ବାହାରି ମଲ୍ୟାଶୁଣୀ, କୁନ୍ଦଳ ଛକ ଦେଇ ସ୍ଥାନୀୟ ଯଂଜ୍ଞ ପଡିଆରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ପହଞ୍ଚିଥିଲେ l ହଜାର ହଜାର ଭକ୍ତଙ୍କ ଗହଣରେ ପ୍ରଭୁ ମାଉସୀମା ଘରକୁ ଯାଉଥିବାର ଦୃଶ୍ୟ କି ଆନନ୍ଦ ମୟ ଲାଗୁଥିଲା ତା କଳ୍ପନା କରିବା ଅସମ୍ଭବ l ଦୁଇବର୍ଷ ପରେ ପୁଣି ଭକ୍ତଙ୍କ ନିକଟକୁ ଧାଇଁ ଆସିଛନ୍ତି କାଳିଆ ସାଆନ୍ତେ l ଭକ୍ତ ଓ ଭଗବାନଙ୍କର ଏହି ଅପୂର୍ବ ମିଳନ ଦେଖି ଭକ୍ତଙ୍କ ଆଖିରୁ ଲୁହ ଆସିଯାଉଥାଏ l ଏହି ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସାମିଲ ଦେଖି ସ୍ଥାନୀୟ ପୋଲିସ ସୁରକ୍ଷାର ବ୍ୟବସ୍ଥା ମଧ୍ୟ୍ୟ କରାଇଥିଲେ l

Leave A Reply

Your email address will not be published.