mobile header

ଛାତ୍ରଛାତ୍ରୀ ମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ : ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ

ଭୁବନେଶ୍ୱର, ୩/୦୭: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷା ରେ ସଭ୍ୟତା ହାସଲ
କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ , କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି
ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ
ଶିକ୍ଷାବିତ୍‌,କବି,ସାହିତ୍ୟିକ,ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ
ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମ ର ମହତ୍ୱ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ
କର୍ମଯୋଗ ରେ ଦୀକ୍ଷିତ ହେଲେ ହିଁ ବିଦ୍ୟା ର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ । ତେବେ
ଛାତ୍ରଛାତ୍ରୀମାନେ ନିଜ କର୍ମ କୁ ହିଁ ପୂଜା କରିବା ଉଚିତ୍ । ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ
ହେବେ ଏବଂ ତୁମ କାର୍ଯ୍ୟ ର ସ୧ାନ କରିବେ । ଭଗବାନଙ୍କ ର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର,ଏବଂ ନିଜ କର୍ମ ର ଫଳ ତାଙ୍କ
ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ନିଷ୍ଠାର ସହ କାର୍ଯ୍ୟ କଲେ ହିଁ
ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ ।
ଚିତ୍ରକୁଟ ରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁ ଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି
ପଦବୀରେ ଅଧିଷ୍ଠିତ କରାଯାଇଥିଲା ।
ଶିକ୍ଷା ସହ ଭାରତର ବହୁ ପୁରାତନ । ଜ୍ଞାନ ର ସନ୍ଧାନ ର ପ୍ରଚେଷ୍ଟା କରିବା ର ନାମ ହିଁ ଭାରତ ବୋଲି କହିବା ସହ ଭାରତ ର ସିଦ୍ଧାନ୍ତ
ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି । ପ୍ରଧାନମବୀ ନରେନ୍ଦ୍ର ମୋଦି ଙ୍କର ମବ ‘ ସବ୍‌କା ସାଥ, ସବ୍‌କା ବିଶ୍ୱାସ ,
ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ । ତେଣୁ ଆମ ଯୁବପିଢି ଏକଜୁଟ୍‌
ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ । ତେବେ ଆତ୍ମନିର୍ଭର ଭାରତ ର ସ୍ୱପ୍ନକୁ ସାକାର
କରିବାକୁ ଯୁବପିଢି ଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ ।
ଭାରତ ର ଦୁଇଟି ନାମ ଇଣ୍ଡିଆ ଓ ଭାରତ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।
ବିଶ୍ୱ ର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନ ରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା
ଉଚିତ୍ ବୋଲି ସ୍ୱାମୀଜୀ କହିଥିଲେ । ଏଥିସହିତ ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀ ରେ କଥା ହୁଅନ୍ତୁ
ବୋଲି ସ୍ୱାମୀଜୀ ଅନୁରୋଧ କରିଥିଲେ ।
ଜନ୍ମ ହେବାର ମାତ୍ରା ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପର୍‌
ହୋଇଥିଲେ, ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ, ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ । ୨୨ଟି ଭାଷା ସେ କଥା
କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି । ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ
ସମ୍ଭବ ବୋଲି ସେ କହିଥିଲେ ।


ସୋଆ ବିଶ୍ୱବିଦ୍ୟାଳୟ ର ଏବଂ ଏହାର ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ
ହେଉ , ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ ।ଏପରି କଲେ
ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ ।

ଓଡିଆ ରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ
କରିଥିଲେ ।
ସୋଆ ର କ୍ୟାମ୍ପସ୍‌-୪ ପରିସରରେ ସେ ବୃକ୍ଷରୋପଣ ମଧ୍ୟ କରିଥିଲେ ।
ଆୟୋଜିତ ବକ୍ତୃତାମାଳାରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ରହିଥିବାବେଳେ ସ୍ୱାମୀଜୀ ଙ୍କର ନିଷ୍ଠା ଓ
ଆତ୍ମବିଶ୍ୱାସ ଏବଂ ଉପଲ୨ି ବିଷୟରେ କହିଥିଲେ । ସ୍ୱାମୀଜୀ ଙ୍କର ନୀତି ଆଦର୍ଶ କୁ ଛାତ୍ରଛାତ୍ରୀ ମାନେ ଅନୁକରଣ କରନ୍ତୁ ବୋଲି
ଶ୍ରୀମତି ଦାସ କହିଥିଲେ ।
କାର୍ଯ୍ୟକ୍ରମ ରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ
କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ । ସୋଆ ଆଇଏଏସ୍ ର ଡିନ୍ ପ୍ରଫେସର
ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା
କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିଦ୍ଦେର୍ଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ଆଇଏମ୍‌ଏସ୍ ଆଣ୍ଡ
ସମ୍ ହସ୍ପିଟାଲ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ,ପ୍ରାଚୀନ୍ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଏଚ୍‌ଆର୍ ଅଫିସର ଶ୍ରୀ
ସିଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.