ଫୁଲବାଣୀ : ୦୪/୦୭- ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକଙ୍କୁ ରାଜ୍ୟ ସରକାର ଇ ଓ ଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା ପାଇଁ ଗିରଫ କରାଯାଇ ଥିବାରୁ ବାଲିଗୁଡା ସାମ୍ବାଦିକଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ଏବଂ ସରକାର ଗଣତନ୍ତ୍ର କୁ ହତ୍ୟା କରିଥିବା ହୀନ ପ୍ରୟାସ କୁ ତୀବ୍ର ନିନ୍ଦା କରାଯାଇଛି ଓ ଓଡିଶା ଇତିହାସ ରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ନେଇ ସାମ୍ୱାଦିକ ଙ୍କ ମହଲ ରେ ଅସନ୍ତୋଷ ଦାନା ବାନ୍ଧୁଛି l ଆଜି ପି ଡବ୍ଲୁ ଡ଼ି ଛକ ରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ନିଃ ସର୍ତ ଖଲାସ ପାଇଁ ଓଡିଶା ର ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଦିଆଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ତୁରନ୍ତ ଖଲାସ କରାନଗଲେ ଆଗାମୀ ଦିନରେ କଳାବ୍ୟାଚ ପରିଧାନକରି ଆନ୍ଦୋଳନକୁ ଓଲ୍ହାଇବାକୁ ବାଲିଗୁଡା ସାମ୍ବାଦିକ ସଙ୍ଘ ଫ୍ରଣ୍ଟ ଲାଇନ ସାମ୍ବାଦିକ ସଙ୍ଘ, କେ ୟୁ ଜେ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି l ବଡ଼ ଖବର ର ବାଲିଗୁଡା ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା ଙ୍କ ନେତୃତ୍ୱ ରେ ବରିଷ୍ଠ ସାମ୍ବାଦିକ ଅସିତ ବେହେରା, ସୁରେଶ କୁମାର ପତି , ଚିତ୍ତ ରଞ୍ଜନ ନାୟକ, ଅଜିତ ନାୟକ, ପ୍ରମୋଦ ଦଣ୍ଡସେନା , ଭଗବତୀ ପ୍ରସାଦ ସାବତ, ସୁରେଶ କୁମାର ପଣ୍ଡା, ସୁବ୍ରତ କୁମାର ମାଝୀ, ତାପସ କୁମାର ନାୟକ , ବନବାସୀ ପ୍ରଧାନ ଲକ୍ଷ୍ମୀ ନାରାୟଣ ମଳିକ ଓ ଇସାକ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.