mobile header

ଗୋସୁରକ୍ଷ୍ୟା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ


ବୌଦ୍ଧ :ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ସଭା ଗୃହରେ ଗୋସୁରକ୍ଷା ଓ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବୈଠକ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମର ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲେ l ମଥୁରା ପଂଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ମୁଖ୍ୟ ଅତିଥି ଭାବେ ତାଲିମ ଶିବିରକୁ ଉଦଘାଟନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ବ୍ଲକ ମସ୍ୟ ଅଧିକାରୀ ରାକେଶ ସ୍ୱାଇଁ, କୃଷି ଗ୍ରାମ ସେବିକା ବୀଣାପାଣି ସାହୁ, ମଥୁରା ପଂଚାୟତ ଏମ ମ୍ବି କେ ଖୁଲଣା ପ୍ରଧାନ ଯୋଗଦେଇ ମାଛ ଖାଦ୍ୟ ପାଇଁ ଗୋବର ନିତ୍ୟାନ୍ତ ଦରକାର ଓ ଜୈବିକ ଚାଷ ନିମନ୍ତେ ଗୋବର ଓ ଗୋମୂତ୍ର ଦରକାର ଥିବାର ଅତିଥି ମନେ ବକ୍ତବ୍ୟ ଦେଇଥିଲେ l ଗୋମାତା ସାରା ବିଶ୍ୱର ଅନ୍ନ ଦାତ୍ରୀ ବୋଲି ମୁଖ୍ୟ ପ୍ରଶିକ୍ଷିକା ତଥା ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଧେଶିକ ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚ ଗଵ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରି ତାଲିମ ପ୍ରଦାନ କରିଥିଲେ l ମଥୁରା ପଂଚାୟତର 23ଗୋଟି ମହିଳା ଗୋଷ୍ଠିର ସଭାପତି ଓ ସମ୍ପାଦିକା, ସିଆରପି, ଏମ୍ବିକେ ତାଲିମ ନେଇଥିଲେ l ଗ୍ରାମ ପଂଚାୟତ ସଭା ଗୃହରେ ଏକ ଦ୍ୱିତୀୟ ଅଧିବେଶନ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମଥୁରାରେ ଧନୁଯାତ୍ରା ମହାତ୍ସବ ଆୟୋଜନ,ବୃନ୍ଦାବନରେ ଆମାଗାଁ ହାଟ ସ୍ଥାପନ ମଥୁରା ଛକରେ ଆମ ଗାଁ ଦୋକାନ ସ୍ଥାପନ, ଖଜୁରୀପଡାରେ ଆମ ଗାଁ ହୋଟେଲ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ପାଇଁ ମାହେଶ୍ୱରୀ ଗୋଶାଳା ଓ ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ l

Leave A Reply

Your email address will not be published.