mobile header

ଖୁଣ୍ଟା ଡ଼ିଗ୍ରୀ କଲେଜ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ ଗଛକୁ ଭଲ ପାଇବା ଓ ସୁରକ୍ଷା ପାଇଁ ଦେଲେ ଆହ୍ବାନ

ଖୁଣ୍ଟା -ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ମୋ କଲେଜ ଅଭିଯାନ ର ମିଳିତ ସହୋଯୋଗରେ ତପନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଅତିଥି ରୂପେ ଖୁଣ୍ଟା ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ , ସାନଖୁଣ୍ଟା ସରପଞ୍ଚ ସୁମୀ ହାଃସଦା , ସମିତି ସଭ୍ୟ ରଞ୍ଜନ ମହାନ୍ତି , ଖୁଣ୍ଟା ବ୍ଳକର ପୂର୍ବତନ ଅଧକ୍ଷ୍ୟା ତଥା ବାଙ୍ଗରା ପଞ୍ଚାୟତର ସମିତି ସଭ୍ୟା ପୁସ୍ପଲତା ମାରାଣ୍ଡି , କଲେଜର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠି , ଉଦଳା ବନାଞ୍ଚଳ ଅଧିକାରୀ ଆରୁଣ ବେହେରା , ମୋ କଲେଜ ଅଭିଯାନର ସଂଯୋଜକ ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ ପରିବେଶର ସୁରକ୍ଷା ପାଇଁ ଗଛ ଓ ଜଙ୍ଗଲର ଭୂମିକା ସଂମ୍ପର୍କରେ ସୁଚାଇ ଥିଲେ l ଏବଂ ବିକାଶନାମରେ ବୃକ୍ଷଲତା କୁ କଟାଯାଉ ଥିବା ଯୋଗୁଁ ଏବେ ଗୋଲବାଲ ୱାର୍ମିଂ ଏକ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଯହାଦ୍ଵାରା ପରିବେଶ ସନ୍ତୁଳନ ହରାଇ ବସିବା ସହ ପ୍ରଚଣ୍ଡ ରୋଦ୍ରତାପ ଏବଂ ଅନାବୃଷ୍ଟି ଭଳି ପରିସ୍ଥିତି ର ସମ୍ମୁଖିନ ହେବାକୁ ପଡ଼ୁଛି । ପର୍ଯ୍ୟାପ୍ତ ସବୁଜ ବଳୟ ସୃଷ୍ଟି ହିଁ ଏହି ସମସ୍ୟା ର ଏକ ମାତ୍ର ସମାଧାନ ବୋଲି ଅତିଥିଗଣ ସୁଚାଇ ଥିଲେ । ଏହି ଅବସର କଲେଜ ପକ୍ଷରୁ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ସମେତ ଛାତ୍ରଛାତ୍ରୀ ଓ ଅଧ୍ଯାପକଙ୍କ ଦ୍ଵାରା ୨ଶହରୁ ଉର୍ଦ୍ଧ ବିଭିନ୍ନ ଚାରା ରୋପଣ କରାଯାଇଥିବା ବେଳେ ୫ଶହରୁ ଉର୍ଦ୍ଧ ଗଛର ଚାରା ଛାତ୍ରଛାତ୍ରୀମାନଙ୍କୁ ବନ ବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିଲା । ଏବଂ ବୃକ୍ଷକୁ ଭଲ ପାଇବା ଓ ଏହାର ସୁରକ୍ଷା ପ୍ରତି ଯତ୍ନବାନ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଏନଏସଏସ ର ସ୍ଵେଚ୍ଛାସେବୀ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.