
ଫୁଲବାଣୀ-୫/୭ ସରକାର ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାପାଇଁ କୋଟିକୋଟି ଟଙ୍କା ଅର୍ଥ ଅନୁବାନ ଦେଉଛନ୍ତି ହେଲେ ନିମ୍ନମାନର ଓ ଉପର ଠାଉରିଆ ଭାବେ କାର୍ଯ୍ୟ କରିଏ ସବୁ ଅର୍ଥ ଅନୁବାଦ ର ସିଂହଭାଗ ଅର୍ଥ ଯନ୍ତ୍ରୀ ଓ ଠିକାଦାର ଲୁୁଟୁଛନ୍ତି ।ଅଭିଯୋଗ କଲେ ଶୁଣିବବା କିଏ ?ଯନ୍ତ୍ରୀ ଠିକାଦାରଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ, ନେତା, ମନ୍ତ୍ରୀଙ୍କ କଥା ଆମେ ବୁଝୁଛୁ ଏଣୁ ଅଭିଯୋଗ କଲେ ମଧ୍ୟ କିଛି ହେବନି ବୋଲି କୁ ଆଡେକହୁଛନ୍ତି ଯନ୍ତ୍ରୀ। ଏଭଳି ଅଭିଯୋଗ ଶୁଣିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ଅଞ୍ଚଳରୁ। କୁର୍ତ୍ତ ମଗଡ଼ ଠାରୁ ସିର୍ଲା ଓ ପାରିଗଡ଼ ପଞ୍ଚାୟତକୁ ମାତ୍ରଗୋଟିଏ ରାସ୍ତା ରହିଛି । ସେହି ରାସ୍ତା ଉପରେ ହଜାର ହଜାର ଗ୍ରାମବାସୀ ପ୍ରତିଦିନ ନିର୍ଭର କରନ୍ତି ।ଏଣୁ ସରକାର ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ଏହି ରାସ୍ତାର ମରାମତି ଓ ଉନ୍ନତିକରଣ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥିଲେ ।ତେବେ ଏହି ଅନୁବାନ ଅର୍ଥର ସଦ ବିନିଯୋଗ ନକରି ଏହି ରାସ୍ତା ଦୁର୍ଗମ ତଥା ମାଓଅଞ୍ଚଳ ହୋଇଥିବାରୁ ସରକାରି ବଡ଼ ବଡ଼ ବାବୁମାନଙ୍କ ପ୍ରାୟତଃ ପାଦ ପଡେନି ଫଳରେ ଏହାର ସୁଯୋଗ ନେଇ ଯନ୍ତ୍ରୀ ଠିକାଦାର ମିଶି ମିଳିତଭାବେ କାମରସିଂହ ଭାଗ ଅର୍ଥ ଚଳୁ କରିଦେଇଥିବା ଅଭିଯୋଗ ହେଉଛି । ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷା ହେଲେ ପାଣି ଜମୁଛି । ରାସ୍ତାର ବିଭିନ୍ନ ସ୍ଥାନ ଦବିଯାଇଛି । ଲୋକେ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିଏନେଇ ଯନ୍ତ୍ରୀ ଓ ଠିକାଦାରଙ୍କୁ ପଚାରିଲେ କେହି ମଧ୍ୟ ମୁହଁ ଖୋଲୁନାହିଁ।ନ୍ତି ଓଲଟା କୁଆଡେ ଧମକ ଦେଉଥିବା ଅଭିଯୋଗ ହେଉଛି । ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।