mobile header

ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ,ନିମ୍ନମାନର ଅମୃତ ସରବୋର ଠିକା କାମ କୁ ଅଭିଯୋଗ କଲେ ଗ୍ରାମବାସୀ ।

କାଲିମେଳା ତା ୫/୭ ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ସ୍ଵଚ୍ଛତା ଓ ପରିବେଶ ସଂରକ୍ଷଣ ଦିଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରବୋର ଭଳି ମହତ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ ଗ୍ରାମାଞ୍ଚଳରେ ନୂତନ ପୋଖରୀ ଖନନ ସହ ପୁନରୁତ୍ଥାନ କରାଯାଉଛି। ତେବେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ଲାଭଖୋର ଠିକାଦାରଙ୍କ ଯୋଗୁଁ ବିଭିନ୍ନ ସ୍ଥାନରେ ଏଭଳି ଅମୃତ ଯୋଜନାରେ ନିର୍ମିତ କିମ୍ବା ପୁନରୁତ୍ଥାନ ହେଉଥିବା ପୋଖରୀ ଗୁଡିକର କାର୍ଯ୍ୟର ମାନକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ପଂଚାୟତ ଅନ୍ତର୍ଗତ ଏମ ଭି ୭୯ ଠାରେ। ଏହି ଗ୍ରାମରେ ଅମୃତ ସରୋବର ଯୋଜନାରେ ସୌନ୍ଦର୍ଯ୍ୟକରଣ କରାଯାଉଥିବା ପୋଖରୀ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଲୋକେ ସ୍ଥାନୀୟ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିବା ସହ ତୁରନ୍ତ ଏହାର ପୁନଃ ମରାମତି କରିବାକୁ ଦାବି କରିଛନ୍ତି। ସୂଚନା ମୁତାବକ ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ଏହି ପୋଖରୀରେ ନିର୍ମାଣ କରାଯାଉଥିବା କଙ୍କ୍ରିଟ୍ କାମରେ ବାଲି, ଗୋଡ଼ି ଓ ସିମେଣ୍ଟ ର ଅନୁପାତ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ଜାହିର୍ କରିବା ସହ ଏହାର ସ୍ଥାୟିତ୍ୱ ନେଇ ଉଦବେଗ ପ୍ରକାଶ କରିଛନ୍ତି। କିଛିଦିନ ପୂର୍ବରୁ ଏଭଳି ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି ଓ କିଛି ସ୍ଥାନୀୟ ଲୋକ ବିରୋଧ କରିବାରୁ ବିଭିନ୍ନ ଅଧିକାରୀ ବୁଲି ଦେଖିବା ସହ ନିମ୍ନମାନର କାମ କହି ଅଭିଯୋଗ କରିଥିଲେ। ତେବେ ଏହାପରେ ମଧ୍ୟ ଏହି ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ସରକାରୀ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି। ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ନିର୍ମାଣାଧିନ କାମର ମାନକୁ ସରକାରୀ ବାବୁଙ୍କ ନିୟନ୍ତ୍ରଣ ନରହିବା ପରୋକ୍ଷରେ ଏକ ବଡ ଧରଣର ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ନେଇ ସାଧାରଣରେ କୁହାଯାଉଛି। ଅନ୍ୟପଟେ ଏ ନେଇ ସ୍ଥାନୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏହି କାମ ନିମ୍ନମାନର ହୋଇଥିବା ସ୍ୱୀକାର କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଏପରି ସ୍ଥିତିରେ ଏହି ପୋଖରି ରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରି ଉତ୍ତମ ମାନର କାର୍ଯ୍ୟ କରିବାକୁ ଅଜିତ ବର୍ମନ, ବୁଲେନ କୁଣ୍ଡୁ, ପ୍ରେମ ବାରୋଇ, ସଂଜୟ କୁଣ୍ଡୁ, ମହାଦେବ ମଣ୍ଡଲ, ଗଲୋକ ରାୟ, ମହାଦେବ ବିଶ୍ବାସ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.